thelifelinemedia
Latest Odisha News, Breaking News Today

ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ: ବିଧାନସଭାରେ ମୁହାଁମୁହିଁ ଶାସକ-ବିରୋଧୀ

ଭୁବନେଶ୍ୱର: ବିଧାନସଭାରେ ମୁହାଁମୁହିଁ ଶାସକ-ବିରୋଧୀ। ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ପ୍ରସଙ୍ଗରେ ଗୃହରେ ତେଜିଲା ବୟାନ ବାଜି। ଶାସକ ବିରୋଧୀ ମୁହଁମୁହିଁ ହୋଇଛନ୍ତି। ବିଜେଡି ବିଧାୟକ ବ୍ୟୋମୋକେଶ ରାୟ ଏ ପ୍ରସଙ୍ଗ ଉଠାଇଲେ। କେନ୍ଦ୍ରମନ୍ତ୍ରୀ ଯେଉଁ କଥା କହିଲେ ତାକୁ ଉପ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ସମର୍ଥନ କଲେ। ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ ୧୫୬ ବର୍ଷର ଏକ ମାଇଲ ଖୁଣ୍ଟ । ୧୮୬୬ ନଅଙ୍କ ଦୁର୍ଭିକ୍ଷର କିଛି ସମୟ ପୂର୍ବରୁ ଟି.ଇ ରେଭେନ୍ସା ଦାୟିତ୍ୱ ନେଇଥିଲେ । କିନ୍ତୁ ସେ ନିଜର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ଓଡ଼ିଶାର ସ୍କୁଲରେ କିପରି ବଙ୍ଗଳା ବଦଳରେ ଓଡ଼ିଆ ପଢ଼ାଯିବ ତାକୁ ଗୁରୁତ୍ୱ ଦେଇଥିଲେ। ଫକୀରମୋହନ ଓ ଗୌରୀ ଶଙ୍କର ମଧ୍ୟ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀଵ୍ର ହେଉଛି । ବିରାଟ ଆନ୍ଦୋଳନର ଦାନା ବାନ୍ଧୁଛି । ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ବିବୃତି ରଖନ୍ତୁ ବୋଲି ସେ ଦାବି କରିଛନ୍ତି। ଜବାବରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ଓଡ଼ିଶା ବାସୀ ଗ୍ରହଣ କରିଛନ୍ତି । ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଥିଲେ ସେମାନେ ବିରୋଧ କରୁଛନ୍ତି । ୨୦୦ ବର୍ଷ ଇଂରେଜ ମାନେ ଆମକୁ ଶାସନ କଲେ ତାଙ୍କ ନାମରେ କାହିଁକି କୌଣସି ଅନୁଷ୍ଠାନ ନାମିତ ହେବ । ଆମର ଅନେକ ବରପୁତ୍ର ରହିଛନ୍ତି । ସେମାନଙ୍କ ନାମରେ ନାମିତ ହେବା କଥା ।

ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷଙ୍କ ମନ୍ତବ୍ୟ। ନାମ ପରିବର୍ତ୍ତନ ଆପଣଙ୍କ ଅଫିସିଆଲ ଷ୍ଟାଣ୍ଡ । ଅସ୍ମିତା କଥା କହୁଛନ୍ତି ଆପଣ ୨୦୨୧ରେ ସରଦାର ବଲଭ ଭାଇ ଷ୍ଟାଡିୟମର ନାମ କାହିଁକି ପରିବର୍ତ୍ତନ କରାଗଲା । ଏହି ପ୍ରସଙ୍ଗ ଉଠାଇ କଟକ ଵାସୀଙ୍କ ଭାବନାକୁ ଆଘାତ ଦେଉଛନ୍ତି । ଛୋଟ ଚିନ୍ତାଧାରା ରଖନ୍ତୁ ନାହିଁ । ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସଙ୍ଗରେ ସ୍ପଷ୍ଟତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.