thelifelinemedia
Latest Odisha News, Breaking News Today

ଘରକୁ ଘର ଯିବେ ବିଜେଡି ମହିଳା ନେତ୍ରୀ: ବିଜେପି ସରକାରର ମହିଳା ଅବହେଳା ନୀତି ବିଷୟରେ ଲୋକଙ୍କୁ ବୁଝାଇବେ

 

ଭୁବନେଶ୍ୱର: ପ୍ରତି ଘରକୁ ଘର ଯିବେ ବିଜେଡି ମହିଳା ଜନତା ଦଳର କାର୍ଯ୍ୟକର୍ତା। ପ୍ରତି ୱାର୍ଡ ଓ ବ୍ଲକ ରେ ମହିଳାଙ୍କୁ ଭେଟିବେ ବିଜେଡ଼ି ମହିଳା ନେତ୍ରୀ। ବିଜେପି ସରକାର ମହିଳାଙ୍କ ପ୍ରତି କରିଥିବା ଅବହେଳା ନେଇ ମହିଳାଙ୍କୁ ବୁଝାଇବ ଦଳ। ବିଜେଡ଼ି ସାଙ୍ଗଠନିକ କାର୍ଯ୍ୟକ୍ରମ ରେ ମହିଳା ଜନତା ଦଳ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। ବୈଠକରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ସମସ୍ତ ଜିଲ୍ଲା ସଭାନେତ୍ରୀ, ବ୍ଲକ୍ ସଭାନେତ୍ରୀ ଏବଂ ବିଭିନ୍ନ କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି । ଏହି ବୈଠକରେ ୬ଟି ପ୍ରସ୍ତାବ ପାରିତ ହୋଇଛି। ଏଥିରେ ୪ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଗୋଟିଏ ସାଂଗଠନିକ ଓ ଅନ୍ୟ ଗୋଟିଏ ଧନ୍ୟବାଦ୍ ପ୍ରସ୍ତାବ ପାରିତ ହୋଇଛି।ବରିଷ୍ଠ ନେତ୍ରୀ ସେହାଙ୍ଗିନି ଛୁରିଆ କହୁଛନ୍ତି ବିଜେପି ସରକାର ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସୁଭଦ୍ରା ଯୋଜନା ମାଧ୍ୟମରେ ୫୦ ହଜାର ଦେବେ । ଏବେ ସେମାନେ ପ୍ରତାରଣା କରିଛନ୍ତି । କିଭଳି ଅଧିକ ମହିଳାଙ୍କୁ ନ ମିଳିବ ସେଥିପାଇଁ କସରତ ଚାଲିଛି। ଶୁଭଦ୍ରା ଯୋଜନା ରେ ଏକ କାଳୀନ ୫୦ ହଜାର ଟଙ୍କା ଦେବା ସହ ୩୦୦ ୟୁନିଟ ବିଜୁଳି ମାଗଣା ଦେବାକୁ ଆମେ ଦାବୀ କରୁଛୁ। ଯଦି ନ ମିଳେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବୁ ଏବଂ ଗାଁ ଠୁ ସହର ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ। ଏବଂ ବିଜେପି ସରକାର ରେ ମୁକ୍ତା ଯୋଜନା କୁ ବନ୍ଦ କରାଯାଇଛି ତାହାକୁ ତୁରନ୍ତ ଚଳାଇବା କୁ ଦାବୀ କରୁଛୁ। ମିଶନ ଶକ୍ତି କୁ ସଂକୁଚିତ କରାଯାଇଛି । ଅର୍ଥନୀତିକ ସ୍ତରରେ ମିଶନ ଶକ୍ତିକୁ ସ୍ଥାଣୁ କରାଯାଇଛି। ଯଦି ଆମର ଦାବୀ ପୂରଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ କରିବ ବୋଲି ରାଜନୈତିକ ପ୍ରସ୍ତାବ ରେ ପାରିତ ହୋଇଛି ବୋଲି କହିଛନ୍ତି । ସେହିପରି ପ୍ରତ୍ୟେକ ପରିବାର, ବ୍ଲକ, ଜିଲ୍ଲା ସ୍ତରରେ ସଂଗଠନ ଅଧିକ ମଜବୁତ୍ କରାଯିବ ସେ ନେଇ ଆଜି ସାଙ୍ଗଠନିକ ପ୍ରସ୍ତାବ ପାରିତ ହୋଇଛି । ଏଥିରେ ପ୍ରତି ମହିଳାଙ୍କୁ ଭେଟି ମୋହନ ସରକାର ଙ୍କ ମହିଳାଙ୍କ ପ୍ରତି ପ୍ରତାରଣା ବୁଝାଇବାକୁ ନିଷ୍ପତ୍ତି ହୋଇଛି । ସେଥିପାଇଁ ସମସ୍ତ ମହିଳା ନେତ୍ରୀଙ୍କ ସହିତ ଆଲୋଚନା ହୋଇଛି ।ସେହିପରି ଓଡ଼ିଶା ବାସୀଙ୍କ ସହ ରହିଛୁ ଏବଂ ରହିବାକୁ ଉପଦେଶ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ମହିଳା ମାନେ ଲୋକଙ୍କ ସେବା କରନ୍ତୁ ଆଗକୁ ମଧ୍ୟ ଜାରି ରଖିବାକୁ କହିଛନ୍ତି ନବୀନ। ଏନେଇ ଦଳର ନେତା ଓ ଲୋକଙ୍କ ସହିତ ରହିବାକୁ ଦଳ ସଂକଲ୍ପ ନେଇଛି ।

 

 

Leave A Reply

Your email address will not be published.