thelifelinemedia
Latest Odisha News, Breaking News Today

ଦନ୍ତେଓ୍ୱାଡ଼ାରେ ଏନ୍‌କାଉଣ୍ଟର: ୯ ନକ୍ସଲ ସଫା

ବ୍ୟୁରୋ: ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା। ଏନ୍କାଉଣ୍ଟରରେ ଟଳିଲେ ୯ ନକ୍ସଲ। ଛତିଶଗଡ଼ର ଦନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୯ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନକ୍ସଲମାନଙ୍କ ମୃତଦେହ ସହିତ ଘଟଣାସ୍ଥଳରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ପଶ୍ଚିମ ବସ୍ତର ଡିଭିଜନରେ କିଛି ନକ୍ସଲ ଲୁଚି ରହିଥିବା ସୂଚନା ମିଳିବା ପରେ ପୁଲିସ ଓ ସୁରକ୍ଷା ବାହିନୀର ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ସକାଳ ସାଢ଼େ ୧୦ଟାରେ ଖୋଜାଖୋଜି ବେଳେ ପୁଲିସ ଟିମ୍ ସହ ନକ୍ସଲମାନଙ୍କ ମୁହାଁମୁହିଁ ହୋଇଥିଲା। ଏହା ପରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଆରମ୍ଭ ହୋଇଛି।

Leave A Reply

Your email address will not be published.