ଲାଇଫ ଲାଇନ ମିଡ଼ିଆର ବଡ ଖୁଲାସା, ନୀଳାଞ୍ଚଳ ହସ୍ପିଟାଲର ଖୋଲିଲା ଅସଲି ମୁଖା

ଭୁବନେଶ୍ୱର: ନୀଳାଞ୍ଚଳ ହସ୍ପିଟାଲ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ରୋଗୀ ଚିକିତ୍ସା ନାଁରେ ଗରିବ ଲୋକଙ୍କ ଠାରୁ ଚେୟାରମ୍ୟାନ ପ୍ରଦୀପ ରାଉତ ୪ ଦିନର ଅପରେସନ ନାଁରେ ୮୦ ହଜାର ହଡପ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅଭିଯୋଗକାରୀ କହିଛନ୍ତି ମୋତେ ଅର୍ଥପେଡିକ ଅପରେସନ କରିବାକୁ କହି ଆଇସିୟୁରେ ଭର୍ତ୍ତି କରି ମୋ ଠାରୁ ଟଙ୍କା ଲୁଟ କରିଛନ୍ତି। ଏହାର ପୁରା ଦସ୍ତାବିତ ଲାଇଫ ଲାଇନ ମିଡ଼ିଆ ହାତରେ ଲାଗିଛି। ଏହାର ପୁରା ପେଡି ଖୋଲିବ ଲାଇଫ ଲାଇନ ମିଡ଼ିଆ।
ଅଭିଯୋଗକାରୀ କହିବା ଅନୁସାରେ ଆମେ ହସ୍ପିଟାଲକୁ ଯାଇ ତଦନ୍ତ ଆରମ୍ଭ କରିଥିଲୁ। ୨୦୦୪ରେ ଏହି ହସ୍ପିଟାଲ ଫରେଷ୍ଟ ବିଭାଗର ଜାଗାରେ ଅସ୍ଥାୟୀ ଭାବେ ଆରମ୍ଭ ହୋଇଥିଲା। ହସ୍ପିଟାଲର ଆମୂଳଚୂଳ ନେଇ ଆମ ପ୍ରତିନିଧି ଷ୍ଟିଙ୍ଗ ଅପରେସନ କରିଥିଲେ। ଫଳରେ ବହୁ ତଥ୍ୟ ଆମର ହାତରେ ଲାଗିଛି। ଯାହାକୁ ପର୍ଦ୍ଧାଫାଶ ଆମେ କରିବାକୁ ଯାଉଛୁ। ହସ୍ପିଟାଲର ୱାର୍ଡ, କ୍ୟାବିନ ସବୁଠି ଅପରିଷ୍କାର। ଆଉ ବାର୍ଥ୍ରୂମର କଥା ନକହିବା ହିଁ ଭଲ। ନିମ୍ନମାନର ବିଦ୍ୟୁତ ନିରାପତ୍ତା ସିଲିଣ୍ଡର ଲାଗିଛି। ଆଇସିୟୁର ଚାର୍ଜ ୨୦୦୦୦ ଥିବାବେଳେ କ୍ୟାବିନ ଚାର୍ଜ ୪୦୦୦ ଏବଂ ୱାର୍ଡ ଚାର୍ଜ ୧୬୦୦ ଟଙ୍କା ସ୍ୱେପୁଣି ଜିଏସଟି ବିଲ ସହିତ।
ତେବେ ରାଜଧାନୀର ଛାତି ଉପରେ ଥିବା ଏହି ପୁରୁଣା ହସ୍ପିଟାଲକୁ ରୋଗୀମାନେ ଆସିଥାନ୍ତି ଉତ୍ତମ ସେବା ପାଇବା ପାଇଁ। ହେଲେ ଏଠାରେ ସେବା ତ ଦୂରର କଥା ଗରିବ ଲୋକଙ୍କୁ ଲୁଟୁଛନ୍ତି ହସ୍ପିଟାଲ କର୍ତ୍ତୁପକ୍ଷ। ଯଦି କୌଣସି କାରଣ ବସତ ଡାକ୍ତରଙ୍କ ଦେଖା ମିଳେନାହିଁ ତେବେ ଜାଗୁଆଳିଙ୍କୁ ଟଙ୍କା ଦେଇ ଦେଖା କରିବାକୁ ପଡେ। ହସ୍ପିଟାଲର ଚେୟାରମ୍ୟାନ ଜେଲରୁ ଫେରି ରୋଗୀସେବା ସଂସ୍ଥା ଖୋଲି ନିଜର ପୂର୍ବ କାମକୁ ପ୍ରାୟଶ୍ଚିତ କରିବା ଚେଷ୍ଟା କରିଥିଲେ। ତେବେ ଲୋକଙ୍କୁ ଲୁଟିବା ପାଇଁ ପୁରା ହସ୍ପିଟାଲରେ ନେଟୱାର୍କ ରହିଛି। ଯାହାର ଛେରା ଲମ୍ବିଚି ଚେୟାରମ୍ୟାନଙ୍କ ପର୍ଯ୍ୟନ୍ତ। ହସ୍ପିଟାଲ ପରିସରରେ ବୁଲୁଥିବା ଦଲାଲଠୁ ଆରମ୍ଭ କରି ଚେୟାରମ୍ୟାନ ପର୍ଯ୍ୟନ୍ତ ସମସ୍ତେ ରୋଗୀ ସେବା ନାଁରେ ଲୋକଙ୍କୁ ଶୋଷଣ କରୁଛନ୍ତି। ଏପରି ଅନେକ ଦଲାଲଙ୍କୁ ଟଙ୍କା ଦେଇ ପୋଷୁଛନ୍ତି ଦଲାଲ।ନିଜକୁ ସମାଜ ସେବି କହୁଥିବା ଚେୟାରମ୍ୟାନ ପ୍ରଦୀପର ଅନେକ ଗୁମର କଥା ଖୋଲିବାକୁ ଯାଉଛି ଲାଇଫ ଲାଇନ ଓଡ଼ିଆ। କିଛି ଲୋକଙ୍କ ଅଭିଯୋଗ ଆଧାରରେ ଏହା ଖୁଲାସ ହେବ। ଲାଇଫ ଲାଇନ ମିଡ଼ିଆ ହାତରେ ମିଲିଥବା ସମସ୍ତ ଦସ୍ତାବିତ ନୀଳାଞ୍ଚଳ ହସ୍ପିଟାଲର ଧୀରେ ଧୀରେ ମୁଖ୍ୟ ଖୋଲିବାକୁ ଲାଗିଛି। ଆମେ ସମାଜର ପରିବର୍ତ୍ତନ ପାଇଁ ଚେଷ୍ଟା କରିଥାଉ। ଲୋକଙ୍କ ଅଭିଯୋଗ ଆଧାରରେ ଏପରି କିଛି ଦୁର୍ନୀତିଗସ୍ତ ହସ୍ପିଟାଲ ମୁଖା ଖୋଳୁଛୁ।