thelifelinemedia
Latest Odisha News, Breaking News Today

ଆସୁଛି ବଡ଼ ଲଘୁଚାପ: କାଲିଠୁ ବଡ଼ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଆସୁଛି ଆଉ ଏକ ଲଘୁଚାପ । ୫ ତାରିଖ ବେଳକୁ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଆସନ୍ତାକାଲି ଠାରୁ ବଢ଼ିବ ବର୍ଷାର ପରିମାଣ । ୫ରୁ ୮ ଯାଏ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷିବା ସମ୍ଭାବନା ।୮ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୪ ରୁ ସାମାନ୍ୟ ବର୍ଷା ବଢିବ। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ।୫ରୁ ବଢ଼ିବ ବର୍ଷାର ବିସ୍ତୃତି। ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବର୍ଷା ନେଇ ୟଲୋ ଆଲର୍ଟ ଜାରି ହୋଇଛି।୪ ରୁ ବଢିବ ବର୍ଷା। ୫ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗ ରେ ସୃଷ୍ଟି ହେବ। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡିଶାରେ ହେବ ଭଲ ବର୍ଷା। ୮ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.