ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ: ୧ କୋଟି ସଦସ୍ୟ ବିଜେପିରେ ସାମିଲ ନେଇ ଲକ୍ଷ୍ୟ

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର “ସଦସ୍ୟତା ଅଭିଯାନ-୨୦୨୪” ଆଜିଠାରୁ ଆରମ୍ଭ ହେବ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରାଜ୍ୟରେ ସଦଶ୍ୟତା ଅଭିଯାନ ଆରମ୍ଭ ହେବ। ସଦସ୍ୟତା ଅଭିଯାନ -୨୦୨୪ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ସୋମବାର ଦେଶବ୍ୟାପୀ ବିଜେପିର ସଦସ୍ୟତା ଅଭିଯାନତ୍ ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପ୍ରମୁଖ ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ,ସାଂସଦ,ବିଧାୟକ,ରାଜ୍ୟସଭା ସାଂସଦ ଏବଂ ରାଜ୍ୟ ପଦାଧିକାରୀ ଯୋଗ ଦେବେ ସଦସ୍ୟତା ଗ୍ରହଣ କରିବେ। ଉଭୟ ଅନ ଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟ ହୋଇପାରିବେ। ସେହିପରି 8800002024 ନମ୍ବରରେ କଲ କରି ହୋଇ ପାରିବେ ସଦସ୍ୟ । ନମୋ ଆପ୍, କ୍ୟୁଆର କୋର୍ଡ ସହିତ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ସଦସ୍ୟତା ଅଭିଯାନକୁ ସଫଳ କରିବେ। ବିଜେପିର ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ। ଏହି ଅଭିଯାନରେ ସମାଜର ସବୁବର୍ଗର ଓ ସବୁସ୍ତରର ଲୋକ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଚି ବିଜେପି। ସହଜ ଓ ସୁବିଧାରେ କିପରି ସଦସ୍ୟତା ଗ୍ରହଣ କରାଯାଇପାରିବ ସେନେଇ ବିଜେପି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହି ଅଭିଯାନ ପାଇଁ ଏକ ରାଜ୍ୟଠାରୁ ଆରମ୍ଭ କରି ପ୍ରତ୍ୟେକ ଜିଲ୍ଲା, ମଣ୍ଡଳ ଓ ବୁଥସ୍ତରରେ ସ୍ଵତନ୍ତ୍ର ଟିମ ଗଠନ କତିଚି ବିଜେପି। ଓଡିଶା ରେ ପ୍ରାୟ ୪୨ ଲକ୍ଷ ସଦଶ୍ୟ ରହିଛି। ଦୁଇଟି ପର୍ଯ୍ୟାୟରେ ସଦଶ୍ୟତା ଅଭିଯାନ ଅନୁଷ୍ଠିତ ହେବ। ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଓ ଅକ୍ଟୋବର ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ। ଓଡ଼ିଶାରେ ଏକ କୋଟି ସଦସ୍ୟ ବିଜେପିର ସାମିଲ କରିବା ପାଇ ପଦ୍ମ କ୍ୟାମ୍ପ ଟାର୍ଗେଟ କରିଛି। ଏହାକୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ବିଜେପିରେ ସଦସ୍ୟତା ଗ୍ରହଣ କରି ଦଳରେ ସାମିଲ କରିବା ପାଇଁ ଲକ୍ଷ୍ୟ ରହିଛି ଦଳ।