thelifelinemedia
Latest Odisha News, Breaking News Today

ପ୍ୟାରିସ ପାରା ଅଲିମ୍ପିକ୍ସ: ବ୍ୟାଡମିଣ୍ଟନରେ ନୀତେଶ ଆଣିଲେ ସ୍ବର୍ଣ୍ଣ 

ବ୍ୟୁରୋ: ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ । ବ୍ୟାଡମିଣ୍ଟନରେ ଏହି ସ୍ଵର୍ଣ୍ଣ ପଦକ ମିଳିଛି। ନିତେଶ କୁମାର ପ୍ୟାରିସ୍ ପାରାଅଲିମ୍ପିକ୍ସ ବ୍ୟାଡମିଣ୍ଟନର ସିଙ୍ଗଲ୍ସ ଏସଏଲ୩ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନୀତେଶ। ସେ ୨୧-୧୪ ସେଟରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଫାଇନାଲ ମ୍ୟାଚକୁ ସେ ୨୧-୧୪, ୧୮-୨୧ ଓ ୨୩-୨୧ରେ ଜିତିଥିଲେ। ଚଳିତ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଖେଳାଳି।

ନୀତେଶଙ୍କ ଜୀବନରେ ୨୦୦୯ ମସିହାରେ ଝଡ ଆସିଥିଲା। ଏକ ରେଳ ଦୁର୍ଘଟଣାରେ ସେ ଗୋଡ଼ ହରାଇଥିଲେ। କିନ୍ତୁ ଏଥିରେ ସେ ଭାଙ୍ଗି ପଡି ନଥିଲେ। ହାର ମାନି ନଥିଲେ। ପ୍ରତିକୂଳ ପରିସ୍ଥିତିରେ ସଫଳତା ପାଇଁ ପ୍ରୟାସ କରିଆସୁଥିଲେ ଆଉ ଆଜି ତାଙ୍କୁ ସଫଳତା ମିଳିଛି। ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି। ନିଜ ଖେଳ ମାଧ୍ୟମରେ ପଦକ ଆଣି ଦେଶକୁ ଗୌରବାନ୍ବିତ କରିଛନ୍ତି ନୀତେଶ।

 

Leave A Reply

Your email address will not be published.