thelifelinemedia
Latest Odisha News, Breaking News Today

ଲଜ୍ଜା ପିଛା ଛାଡ଼ୁନି ପଶ୍ଚିମବଙ୍ଗର, ମେଡିକାଲରେ ନାବାଳିକାକୁ ଦୁଷ୍କର୍ମ!

କୋଲକାତା:ଲଜ୍ଜା ପିଛା ଛାଡୁନି ପଶ୍ଚିମବଙ୍ଗର । ଆର ଜି କର ମେଡିକାଲ ଭିତରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ପୁରା ଦେଶରେ ଅସନ୍ତୋଷ ତେଜିବାରେ ଲାଗିଛି । ଖାଲି ଅସନ୍ତୋଷ ତେଜିବାରେ ଲାଗିଛି ତାହା ନୁହେଁ ବରଂ ଦୋଷୀଙ୍କୁ ଯେଉଁ ପରି ଭାବରେ ଘଣ୍ଟ ଘଉଡାଉଥିଲେ ଦିଦି ତାହାର ପର୍ଦ୍ଦାଫାଶ ହୋଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟ ମଧ୍ୟ ମାମଲାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । କିନ୍ତୁ ପୁଣି ଥରେ ହାୱଡା ସରକାରୀ ମେଡିକାଲରୁ ଦୁଷ୍କର୍ମ ମାମଲା ଆସିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସରକାରୀ ମେଡିକାଲରେ କମ୍‌ ଟଙ୍କାରେ ଚିକିତ୍ସା ହେବାକୁ ଯାଇଥିଲେ, ହେଲେ ଦୁଷ୍କର୍ମର ଶିକାର ହେଲେ । ମାମଲାର ଜଣାପଡ଼ିବା ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ, ଅନ୍ୟ ଜଣଙ୍କୁ ଏବେ ବି ଖୋଜୁଛି । ସୂଚନା ଅନୁସାରେ ନାବାଳିକା ଜଣକ ହାୱଡା ସରକାରୀ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଘଟଣା ଦିନ ନାବାଳିକାଙ୍କୁ ସିଟିସ୍କାନ ପାଇଁ ନିଆଯାଇଥିବା ବେଳେ ତାଙ୍କ ସହ ଥିବା ମହିଳାଙ୍କୁ ବାହାର କରି ଦେଇଥିଲା ଅଭିଯୁକ୍ତ । ପରେ ନାବାଳିକାଙ୍କ ସହ ଅସଦାଚରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.