thelifelinemedia
Latest Odisha News, Breaking News Today

ସ୍ୱାମୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଗାଳି ଗୁଲଜ କରିବା ଅତ୍ୟାଚାର

ବିଳାଶପୁର ୩୦।୮:  ସ୍ୱାମୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଗାଳି ଗୁଲଜ କରିବା ମହିଳାଙ୍କ ଦ୍ୱାରା ନିର୍ଯାତନା ବୋଲି ଛତିଶଗଡ଼ ହାଇକୋର୍ଟ କହିଛନ୍ତି। ମାମଲାରେ କୋର୍ଟ  କ୍ରୁରତା ନେଇ  ରାୟପୁର ଫ୍ୟାମିଲି କୋର୍ଟଙ୍କ ରାୟକୁ ହାଇକୋର୍ଟ କାୟମ ରଖିଥିବା ବେଳେ ମହିଳାଙ୍କୁ ଛାଡପତ୍ର ଲାଗି ତାଙ୍କ ସ୍ୱାମୀଙ୍କୁ ଅନୁମତି ଦେଇଛନ୍ତି। ହାଇକୋର୍ଟଙ୍କ ଜଷ୍ଟିସ୍‌ ଗୌତମ ଭାଦୁଡି ଓ ଜଷ୍ଟିସ୍ ରାଧାକିଶନ ଅଗ୍ରୱାଲଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ।

ରାୟପୁର ଫ୍ୟାମିଲି କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ମହିଳା କରିଥିବା ଆବେଦନର ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ ସ୍ୱାମୀ ସରକାରୀ ଅଧିକାରୀ ହୋଇଥିବା ସ୍ଥଳେ ମହିଳା ତାଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ଓ ମହିଳା ସହକର୍ମୀଙ୍କ ବିରୋଧରେ ବିନା କୌଣସି ଆଧାରରେ ଅନୈତିକ ସମ୍ପର୍କର ଅଭିଯୋଗ ଆଣିବା ମଧ୍ୟ ନିର୍ଦ୍ଦୟତା । ଅଗଷ୍ଟ ୧୮ ତାରିଖ ଦିନ କୋର୍ଟ ମାମଲାରେ ରାୟ ଦେଇଥିଲେ।

Leave A Reply

Your email address will not be published.