ଅକ୍ଷୟ କୁମାରଙ୍କୁ ଆଇନଗତ ନୋଟିସ ପଠାଇଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିନେତା ଅକ୍ଷୟ କୁମାରଙ୍କୁ ଫିଲ୍ମ ରାମ ସେତୁ ପାଇଁ ଆଇନଗତ ନୋଟିସ ପଠାଇଛନ୍ତି । ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିସ ଏବଂ ଫିଲ୍ମର ନିର୍ମାତାଙ୍କୁ ଏହି ନୋଟିସ ପଠାଇଛନ୍ତି । ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ରାମ ସେତୁ ଉପରେ ନିର୍ମିତ । ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ଫିଲ୍ମରେ ଭୁଲ ତଥ୍ୟ ଦର୍ଶାଯାଇଛି । ଏଥିପାଇଁ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ଟିମ ଦାୟୀ।
ଏନେଇ ସୁବ୍ରମଣ୍ୟମ ସ୍ୱମୀ ଟ୍ୱିଟ କରିଛନ୍ତି । ଟ୍ୱିଟରେ ସେ କହିଛନ୍ତି, ‘ମୁମ୍ୱାଇ ସିନେମା (ସିଏନ-ଏ-ମା)ର ଲୋକଙ୍କୁ ମିଛ କହିବା ଏବଂ ଭୁଲ ସୂଚନା ଦେବାର ଖରାପ ଅଭ୍ୟାସ ରହିଛି । ଏଥିପାଇଁ ବୌଦ୍ଧିକ ସମ୍ପଦ ଅଧିକାର ଶିକ୍ଷା ଦେବା ପାଇଁ ଆଇନଜୀବୀ ସତ୍ୟ ସଭରୱାଲାଙ୍କ ମାଧ୍ୟମରେ ରାମ ସେତୁ ଗାଥାକୁ ବିକୃତ କରିବା ନେଇ ଅଭିନେତା ଅକ୍ଷୟ କୁମାର ଏବଂ ୮ ଜଣଙ୍କୁ ଲିଗଲ ନୋଟିସ ଜାରି କରିଛି ।