ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ: ବ୍ରିଟିଶ ଅଫିସର ପାଇଁ ବିଜେଡି ଯୁକ୍ତି ବାଢୁଛି କହିଲା ବିଜେପି

ଭୁବନେଶ୍ୱର: ରେଭେନ୍ସା ନାମ ପରିବର୍ତ୍ତନ ନେଇ ବିଜେଡିର ସାମ୍ବାଦିକ ସମିଳନୀରେ ଜବାବ ରଖିଛି ବିଜେପି। ଏକ ସାମ୍ବାଦିକ ସମିଳନୀରେ ବିଜେପି ମୁଖପାତ୍ର କହିଛନ୍ତି ବିଜେଡି ବିରୋଧୀ ଦଳର ରହିବା ପରେ ଆଉ ପ୍ରସଙ୍ଗ ପାଉନାହାନ୍ତି। ସେଥିପାଇଁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି। ଯେଉଁ ଦଳ ଅଣ ଓଡ଼ିଆ ଅଫିସରଙ୍କ କଥାରେ ଚାଲୁଥିଲା ସିଏ ଆଜି ନରହନ୍ତା ବ୍ରିଟିଶ ଅଫିସର ପାଇଁ ଯୁକ୍ତି ବାଢୁଛନ୍ତି। କାହିଁକି ଜଣେ ବ୍ରିଟିଶ ଅଫିସର ନାରେ ରହିବା ଏହି ବିଶ୍ୱବିଦ୍ୟାଳୟ। ଲେଖକ ଜେ ବି ଦାସ ତାଙ୍କ ପୁସ୍ତକ ଦେଶ, କଳା ପତ୍ରରେ ଲେଖିଛନ୍ତି, କେଉଁଭଳି ଭାବରେ 1866 ନଅଙ୍କ ଦୁର୍ଭିକ ସମୟରେ କମିଶନରକୁ ଦେଇଥିବା ରିପୋର୍ଟରେ ଓଡ଼ିଆ ଜାତି ଉତ୍ସାହ ହୀନ ଅଳସ୍ୟ ପୂର୍ଣ୍ଣ ବୋଲି ଉଲେଖ କରିଥିଲେ। ତାଙ୍କର ରେଭେନସ ପାଇଁ କୌଣସି ଆନ୍ତରିକର ନଥିଲା କି ଅବଦାନ ନାହିଁ। ଏହି ବିଶ୍ୱବିଧାଳୟ ପାଇଁ ଓଡ଼ିଆ ଜାତିର ଶ୍ରମ ଏବଂ ଅର୍ଥ ବିନିଯୋଗ ହୋଇଛି। ଯେଉଁ ଦଳ ବ୍ରିଟିଶ ଅଫିସର ପାଇଁ ଯୁକ୍ତି ବାଢୁଛନ୍ତି ସେମାନେ ଦୀର୍ଘ ୨୪ ବର୍ଷ ସରକାରରେ ରହିବା ବେଳେ ଏହି ବିଶ୍ୱବିଦ୍ୟାଳୟ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି। ଇଞ୍ଚେ ଜମି ମଧ୍ୟ ବିଶ୍ୱବିଧାଳୟକୁ ଦେଇନାହାନ୍ତି। କିନ୍ତୁ ଏବେର ସରକାର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଜମି ସେହି ବିଶ୍ୱବିଧାଳୟ ପାଇଁ ପଞ୍ଜିକୃତ କରିବାକୁ ଯୋଜନା କରୁଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଜାତି ପାଇଁ ଗର୍ବ ଏବଂ ଗୌରବ। କେନ୍ଦ୍ର ମନ୍ତ୍ରୀ କେବଳ ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ ପାଇଁ ବିତର୍କ କଥା କହିଛନ୍ତି। ନାମ ପରିବର୍ତ୍ତନ ହୋଇନାହିଁ। କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ରହିଛି ଚାହିଁଲେ ଗୋଟିଏ ଦିନରେ ନାମ ପରିବର୍ତ୍ତନ ହୋଇଯିବ। କିନ୍ତୁ ଆମେ ଏହି ପ୍ରସଙ୍ଗକୁ ବିତର୍କ କରିବାକୁ ଚାହୁଁଛୁ। ବିଜେପି ସୁସ୍ଥ ଗଣତନ୍ତ୍ରରେ ବିଶ୍ୱାସ କରେ। ବିଜେଡି ଭଳି ଏକ ଛାତ୍ରବାଦୀ ଶାସନରେ ବିଶ୍ୱାସ କରେନାହିଁ। ତେଣୁ ଦୁର୍ଭାଗ୍ୟ ବିଜେଡି ଏଭଳି ଅଫିସର ପାଇଁ ଯୁକ୍ତି କରୁଛି ଯାହାର ବିଶ୍ୱବିଦ୍ୟାଳୟ ପାଇଁ କୌଣସି ଅବଦାନ ନାହିଁ ବୋଲି ବିଜେପି କହିଛି।