କଟକ ଦୁର୍ଗା ପୂଜା ଭଷାଣରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ

କଟକ : ପାଖେଇ ଆସୁଛି ପାର୍ବଣ ଋତୁ। ଆଗକୁ ଗଣେଶ ପୂଜା ଓ ଦୁର୍ଗାପୂଜା ଏଥିପାଇଁ ଶୃଙ୍ଖଳିତ ପୂଜା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥର କଟକରେ ବାଜିବନି ଡିଜେ। କଟକ ଦୁର୍ଗା ପୂଜା ଭଷାଣରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ। କମ ଶବ୍ଦରେ କେବଳ ସାଉଣ୍ଡ ବକ୍ସ ବାଜିବ। ରାତି ୧୨ ପର୍ଯ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ। ଭଷାଣରେ ମେଢକୁ ବ୍ୟବସ୍ଥିତ ଢଙ୍ଗରେ ଛଡାଯିବ। ୬ଟି ବକ୍ସ ବ୍ୟବହାର କରାଯିବ ।ଶବ୍ଦ ପ୍ରଦୂଷଣ ରୋକିବାକୁ ୬୫ ଡେସିବେଲ ପାଇଁ ଅନୁମତି ଦିଆଯାଇଛି । ସେହିପରି ରାତି ୧୨ ପର୍ଯ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ଭସାଣିବେଳେ ମେଢ଼କୁ ବ୍ୟବସ୍ଥିତ ଢ଼ଙ୍ଗରେ ଛଡ଼ାଯିବା ଉପରେ କମିଟି ମାନେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।କଟକରେ ପୋଲିସ କମିଶନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ପୂର୍ବାଞ୍ଚଳ ମହାନଗର ଦୁର୍ଗାପୂଜା କମିଟି ବୈଠକରେ ସୂଚନା ଦିଆଯାଇଛି।
ସେହିପରି ଦୁର୍ଗାପୂଜାକୁ ନିଶାମୁକ୍ତ ରଖିବାକୁ ହେବ ସେନେଇ ଯଥା ସମ୍ଭବ ପ୍ରୟାସ କରାଯିବ। ଚାନ୍ଦା ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ପୂର୍ବାଞ୍ଚଳ ମହାନଗର ଦୁର୍ଗାପୂଜା କମିଟି ବୈଠକରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।