thelifelinemedia
Latest Odisha News, Breaking News Today

ତାଲିବାନ କବଜାର ଗୋଟିଏ ବର୍ଷ ପରେ ଆଫଗାନିସ୍ତାନରେ ଖୋଲିବ ସିନେମାଘର

ନୂଆଦିଲ୍ଲୀ: ତାଲିବାନ ପକ୍ଷରୁ ଆଫଗାନିସ୍ତାନକୁ କବଜା କରିବାର ପ୍ରାୟ ଗୋଟିଏ ବର୍ଷ ପରେ ଦେଶର ସିନେମାଘର ଖୋଲିବାକୁ ଯାଉଛି। ସିନେମାଘରେ ଶୋକୁ ଅନୁମତି ଦିଆଯାଇଛି। ମାତ୍ର ମହିଳା କଳାକାରଙ୍କ ଭୂମିକା ବହୁତ ସୀମିତ ରହିଛି। ତଥାପି ଏହା ଆଫଗାନିସ୍ତାନ ପାଇଁ ବହୁତ ବଡ ଖବର। ତାଲିବାନ ଗତ ବର୍ଷ ଅଗଷ୍ଟରେ ତାଲିବାନ ଉପରେ କବଜା କରିଥିଲେ। ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନ ଦେଶରେ ଅନେକ ପ୍ରକାରର କଟକଣା ଲଗାଇ ରଖିଛି। ବିଶେଷ କରି ମହିଳାଙ୍କୁ ନେଇ ତାଲିବାନର ଆଭିମୁଖ୍ୟ ପୂର୍ବ ପରି ପୁରୁଣା ରହିଛି।

ଖାମା ପ୍ରେସ୍‌ର ରିପୋର୍ଟ ଅନୁଯାୟୀ, ୩୭ ଫିଲ୍ମ ଏବଂ ବୃତ ଚିତ୍ର ପ୍ରଦର୍ଶିତ ହେବାର ଅଛି। ମାତ୍ର ବଡ କଥା ଏହା ଯେ, ଆତିଫା ମୋହମ୍ମଦୀ ଏକ ମାତ୍ର ମହିଳା ଅଭିନେତ୍ରୀ, ଯିଏ ନିକଟରେ ନିର୍ମାଣ ଏତେ ଫିଲ୍ମ ମଧ୍ୟରୁ କେବଳ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କାରଣ ତାଲିବାନ ସରକାର ମହିଳାଙ୍କ ଉପରେ ଅନେକ କଟକଣା ଲଗାଇଛନ୍ତି। ସିନେମା ହଲ୍ ପୁଣି ଥରେ ଖୋଲିବା ନେଇ ଫିଲ୍ମର ଅଭିନେତା ଖୁସି ପ୍ରକାଶ କରିଛନ୍ତି। ହେଲେ ଫିଲ୍ମ ନିର୍ମାଣ ପାଇଁ ଧନ ଉପଲବ୍ଧ କରାଇବାକୁ ପଡିବ ବୋଲି ଅଭିନେତା ଅବଦୁଲ ସାବର ଖିନଜୀ କହିଛନ୍ତି।

Leave A Reply

Your email address will not be published.