ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ: ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ତାଳମେଳ ନାହିଁ କହିଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର: ଚିକିଟି ମାଡ଼ ମୃତ୍ୟୁ ପ୍ରସଙ୍ଗରେ ସରକାରକୁ ଘେରିଲେ ବିଜେଡି ନେତା ଭୃଗୁ ବକ୍ସିପାତ୍ର। ଘଟଣାରେ ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ତାଳମେଳ ନାହିଁ କହିଲେ ଭୃଗୁ। ଏବେ ସୁଦ୍ଧା ତଦନ୍ତ ନେଇ ବିଜ୍ଞପ୍ତି ବାହାରୁଛି ନା ତଦନ୍ତ ଆରମ୍ଭ ହୋଇଛି ବୋଲି ପ୍ରଶ୍ନ କଲେ ଭୃଗୁ ବକ୍ସିପାତ୍ର। ଅଗଷ୍ଟ ୧୯ ତାରିଖରେ ଚିକିଟିରେ ମଦମୃତ୍ୟୁ ମାମଲାରେ ଆଜି ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେଲା। ଏବେ ବି ଆଉ ୪ ଜଣ ଏମକେସିଜିରେ ଆଇସିୟୁରେ ଚିକିତ୍ସା ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି, କେହି କିଛି କହୁନାହାନ୍ତି। ଚିକିତ୍ସା କରୁଥିବା ଡାକ୍ତର ମାନେ କହୁଛନ୍ତି, ମଦରେ କେଉଁ ପ୍ରକାର ବିଷ ମିଶିଛି ଜଣାପଡୁନାହିଁ। ସରକାର ବିଧାନସଭାରେ କହିଲେ ଆରଡିସି ତଦନ୍ତ କରିବୁ। ହେଲେ ଏବେ ସୁଦ୍ଧା ନା ତଦନ୍ତ ନେଇ ବିଂଜ୍ଞପ୍ତି ବାହାରୁଛି ନା ତଦନ୍ତ ଆରମ୍ଭ ହୋଇଛି। ୧୬ ଜଣ ଗିରଫ ହେଇଛନ୍ତି, ସେମାନଙ୍କୁ ଜେରା କରାଯାଇନାହିଁ। ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ତାଳମେଳ ନାହିଁ। ଏଥିରେ ରାଜ୍ୟ ସରକାର ଗମ୍ଭୀର ବୋଲି ଜଣା ପଡୁନାହିଁ। ଆଜି ବିରୋଧୀ ଦଳ ଏ ପ୍ରସଙ୍ଗ ଉଠାଇଛନ୍ତି, ହେଲେ ସରକାରଙ୍କ କୌଣସି ଉତ୍ତର ନାହିଁ। ଆପେ ଆଉଥରେ ଅପିଲ କରୁଛୁ, ଯେ ଉନ୍ନତ ମାନର ଚିକିତ୍ସା ହେବା ସହିତ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ବରିଷ୍ଠ ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି।