thelifelinemedia
Latest Odisha News, Breaking News Today

ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଆତଙ୍କ: ଚିକେନ୍ ଦେଖିଲେ ଡରୁଛନ୍ତି ଲୋକେ

 

ଭୁବନେଶ୍ୱର: ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଆତଙ୍କ । ଆଉ ବାର୍ଡଫ୍ଲୁର ସିଧାସଳଖ ପ୍ରଭାବ ପଡିଛି ଆମିଷ ବଜାରରେ । ବାର୍ଡ ଫ୍ଲୁ ଭୟ ପାଇଁ ଚିକେନ୍ ଖାଉ ନହାନ୍ତି ଗ୍ରାହକ । ତେବେ ଆଜି ଥିଲା ଶୁକ୍ରବାର ଆମିଷ ବାର । ତେଣୁ ଏଭଳି ସମୟରେ କେମିତି ରହିଥିଲା ଆମିଷ ବଜାର ଦେଖିବା ଏହି ରିପୋର୍ଟ। ରାଜ୍ୟରେ ଏବେ ବାର୍ଡଫ୍ଲୁ ଆତଙ୍କ ଥିବାବେଳେ ଏହାର ସିଧାସଳଖ ପ୍ରଭାବ ପଡିଛି ଆମିଷ ବଜାରରେ । ଶୁକ୍ରବାର ଅର୍ଥାତ ଆମିଷ ବାରରେ ରାଜଧାନୀ ଭୁବନେଶ୍ବର ଚିକେନ୍ ମାର୍କେଟ ଖାଁ ଖାଁ । ଚିକେନ୍ କିଣିବାକୁ କେହି ଗ୍ରାହକ ଆସୁ ନଥିବା ବେଳେ କେବଳ ହୋଟେଲଗୁଡିକୁ କିଛି ମାତ୍ରାରେ ସପ୍ଲାଇ ହେଉଛି । ଭୁବନେଶ୍ୱରରେ ଏବେ ଚିକେନ୍‌ ପୂର୍ଵ ଦର ଠାରୁ ୬୦ ରୁ ୭୦ ଟଙ୍କା କମିଛି ।

ଚିକେନ୍ କିଲୋପିଛା ୧୬୦ରୁ ୧୭୦ ଟଙ୍କାରେରେ ବିକ୍ରି ହେଉଛି । ତଥାପି ଗ୍ରାହକ ଆସୁ ନଥିବା କହିଛନ୍ତି ବ୍ୟବସାୟୀ । ପୂର୍ବରୁ ଆମିଷ ବାରରେ ପ୍ରତି ମାର୍କେଟ୍‌ରେ ପାଖାପାଖି ଦୁଇ କୁଇଣ୍ଟାଲ ବିକ୍ରି ହେଉଥିବାବେଳେ ଏବେ ୪୦ରୁ ୫୦କିଲୋ ବିକ୍ରି ହେଉଥିବା କହିଛନ୍ତି ଚିକେନ୍ ବ୍ୟବସାୟୀ । ଆମିଷ ବାରରେ ରାଜଧାନୀକୁ ଦିନକୁ ୮୦ କୁଇଣ୍ଟାଲରୁ ଅଧିକ ଚିକେନ୍ ଆମଦାନୀ ହୁଏ । ଅଧିକାଂଶ ଚିକେନ୍ ପିପିଲି ରୁ ଆସେ । ହେଲେ ବାର୍ଡଫ୍ଲୁ ପାଇଁ ପିପିଲିରୁ ଚିକେନ୍ ଆମଦାନୀ ବନ୍ଦ ରହିଛି । ଏବେ କଟକରୁ ଚିକେନ୍ ଆସୁଥିଲେ ମଧ୍ୟ ବିକ୍ରି ହେଉ ନଥିବାରୁ ଭୁବନେଶ୍ୱରକୁ ମାତ୍ର ୫ ରୁ ୧୦କୁଇଣ୍ଟାଲ ଚିକେନ୍‌ ଆସୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.