thelifelinemedia
Latest Odisha News, Breaking News Today

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ହେବ ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସ ଦଳର ନୂତନ ସଭାପତି ନିର୍ବାଚନ ପାଇଁ ତାରିଖ ସ୍ଥିର କରାଯାଇଛି। ଅକ୍ଟୋବର ୧୭ରେ ଦଳର ନୂତନ ସଭାପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହା ସହ ଅକ୍ଟୋବର ୧୯ରେ ଭୋଟ ଗଣନା ହେବ। ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ର ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ ଓ ଦଳର ସାଂସଦ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ।

ତେବେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ପରେ ଦଳ ଏକ ଦଳର ନୂତନ ସଭାପତି ଚୟନ କରିବାକୁ ନିଷ୍ପତ୍ତି ନେଇଛି। ଦଳର ସଭାପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। କାର୍ଯ୍ୟସୂଚୀ ଅନୁଯାୟୀ, ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ଜାରି କରାଯିବ। ସେପ୍ଟେମ୍ବର ୨୪ରୁ ନାମାଙ୍କନ ପତ୍ର ଦାଖଲ କରାଯିବା ପ୍ରକ୍ରିୟା ଆରମ୍ଭ ହେବ ସେପ୍ଟେମ୍ବର ୩୦ରେ ଏହା ଶେଷ ହେବ। ଏହା ପରେ ଅକ୍ଟୋବର ୧୭ରେ ନିର୍ବାଚନ ହେବ ଏବଂ ଅକ୍ଟୋବର ୧୯ରେ ଭୋଟ୍ ଗଣନା କରାଯିବ।

Leave A Reply

Your email address will not be published.