thelifelinemedia
Latest Odisha News, Breaking News Today

ବିଜେପିର ମିଛ ପ୍ରତିଶୃତି ବିଷୟରେ ଲୋକଙ୍କୁ ସଚେତନ କର : ବିଜେଡି ଛାତ୍ର, ଯୁବ ଓ ମହିଳା ଶାଖାକୁ ନବୀନଙ୍କ ଆହ୍ୱାନ 

ଭୁବନେଶ୍ୱର: ଛାତ୍ରମାନେ ହେଉଛନ୍ତି ଭବିଷ୍ୟତର କର୍ଣ୍ଣଧାର ।ତୁମମାନଙ୍କ ନିଷ୍ଠାପର କାର୍ଯ୍ୟ ଏକ ସଶକ୍ତ ଓଡ଼ିଶା ପାଇଁ ପଥ ପ୍ରସ୍ତୁତ କରିବ। ଛାତ୍ର, ଯୁବ ଓ ମହିଳା ଶାଖା ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ନବୀନ ପଟ୍ଟନାୟକଙ୍କ ଆହ୍ୱାନ। ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଆଜି ଶଂଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିରୋଧି ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଦଳର ଛାତ୍ର, ଯୁବ, ମହିଳା ଶାଖା ସମସ୍ତେ ଏକଜୁଟ ହୋଇ ଦଳକୁ ଶକ୍ତିଶାଳୀ କରିବା ପାଇଁ କାମ କରିବାକୁ ଆହ୍ୱାନ ଜଣାଇଛନ୍ତି। ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ଦଳ ର ଆଦର୍ଶ. ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳଗତ ୨୭ ବର୍ଷ ଧରି ଓଡିଶା ବାସୀଙ୍କ ସେବା କରିଆସୁଛି। ଛାତ୍ର ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ଆଜି ଏକ ସାମାଜିକ ଆନ୍ଦୋଳନ ରେ ପରିଣତ ହୋଇ ପାରିଛି। କ୍ଷମତା ନୁହେଁ ଲୋକଙ୍କ ସେବା ବିଜେଡିର ଲକ୍ଷ୍ୟ।

ଗତ ନିର୍ବାଚନ ବିଷୟରେ ନବୀନ କହିଥିଲେ ଯେ ନିର୍ବାଚନରେ ହାରଜିତ ଅଛି। ଗତ ନିର୍ବାଚନରେ ବିଜେଡି ୪୧.୦୨% ଭୋଟ ସହିତ ସର୍ବାଧିକ ସଂଖ୍ୟକ ଭୋଟ ପାଇଥିଲା। ଓଡିଶା ବାସୀଙ୍କ ଏ ଭଲ ପାଇବା ହିଁ ବିଜେଡିର ସବୁଠାରୁ ବଡ଼ ଶକ୍ତି ବୋଲି ନବୀନ କହିଥିଲେ।ବିଜେଡି ସରକାର ସମୟରେ ଶିକ୍ଷା ଓ କ୍ରୀଡା ର ବିକାଶ ସମ୍ପର୍କ ରେ ଉଲ୍ଲେଖ କରି ନବୀନ କହିଛନ୍ତି ଏକ knowledge society ଗଠନ ଲକ୍ଷ୍ୟ ନେଇ ରାଜ୍ୟରେ ଗତ ସରକାର ସମୟରେ ଅନେକ ନୂଆ ମେଡିକାଲ କଲେଜ, ବୈଷୟିକ ଶିକ୍ଷନୁଷ୍ଠାନ ଗଠନ ହୋଇଥିଲା ଯାହାକି ଓଡିଶା କୁ ପୂର୍ବ ଭାରତର ଏକ educational hub କରି ପାରିଛି। ସରକାରୀ ସ୍କୁଲ ପିଲାଙ୍କ ପାଇଁ medical ଓ engineering କଲେଜ ରେ reservation ଏବଂ 5T ସ୍କୁଲ କଲେଜ ରୂପାନ୍ତର ସୁଫଳ ଦେବା ଆରମ୍ଭ କରିଛି। ବଣ୍ଡା ଜନଜାତିର ମଙ୍ଗଳା ମୁଦୁଲି ଆଜି ମେଡିକାଲ ପଢିବା ପାଇଁ All india competition ରେ ସଫଳ ହେବା ଏହାର ଫଳଶ୍ରୁତି ବୋଲି ବର୍ଣ୍ଣନା କରି ନବୀନ ମଙ୍ଗଳା ମୁଦୁଲିଙ୍କୁ ଅଭିନନ୍ଦନ ଜଣାଇଥିଲେ. ସେହିପରି ଓଡିଶା ଆଜି ଦେଶର sports capital ହେବା ଆନନ୍ଦ ର କଥା ବୋଲି ନବୀନ ପଟ୍ଟନାୟକ କହିଥିଲେ।

ସୋସିଆଲ ମେଡ଼ିଆର ସମାଜ ଉପରେ ପ୍ରଭାବ ବିଷୟରେ ଅବତାରଣା କରି ଶ୍ରୀ ପଟନାୟକ ଛାତ୍ର ସମାଜକୁ ସୋସିଆଲ ମିଡ଼ିଆରେ ସକ୍ରିୟ ରହିବା ପାଇଁ ପରାମର୍ଶ ଦେଇ ଭୁଲ ଖବର ଓ ମିଛ ଖବର ବିରୋଧ ରେ ସଂଗ୍ରାମ ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ।

ପ୍ରତି ଘରକୁ ୩୦୦ ୟୁନିଟ ମାଗଣା ବିଜୁଳି, ଓ ସବୁ ସାମାଜିକ ସୁରକ୍ଷା ହିତାଧିକାରୀ ଙ୍କୁ ୩୦୦୦ଟଙ୍କା ପେନସନ ଓ ସୁଭଦ୍ରା ଯୋଜନାରେ ପଚାଶ ହଜାର ଆଦି ବିଜେପିର ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ସଚେତନ କରିବା ଉପରେ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ।ସେହିପରି ସୁଭଦ୍ରା ଯୋଜନାରେ ମା ମାନଙ୍କୁ ପଚାଶ ହଜାର ଟଙ୍କା ଘୋଷଣା କରି ପାଞ୍ଚ ହଜାର ଟଙ୍କା କିସ୍ତି ଦେବା ନିଷ୍ପତ୍ତିରେ ନବୀନ ନୈରାଶ୍ୟ ପ୍ରକାଶ କରିଥିଲେ।

 

Leave A Reply

Your email address will not be published.