ନୂଆଖାଇ ପାଇଁ ସେପ୍ଟେମ୍ବର ୯ ଛୁଟି: ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ_ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ତାରିଖକୁ ଛୁଟି ଘୋଷଣା କରିଛନ୍ତି ସରକାର। ନୂଆଖାଇ ପର୍ବ ଅବସରରେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରାଯାଇଛି। ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ପାଳନ ହେବ। ଏହି ପର୍ବ ପାଇଁ ପଶ୍ଚିମ ଓଡ଼ିଶାରେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଶ୍ଚିମ ଓଡ଼ିଶାରୁ ଯାଇ ଅନ୍ୟତ୍ର ରହୁଥିବା ଲୋକେ ମଧ୍ୟ ଜନ୍ମମାଟିକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାର ଆସନ୍ତା ୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି।
ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ହେଉଛି ନୂଆଁଖାଇ। ଏହି ପର୍ବ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠେ। ସବୁଠି ଖୁସିର ଲହରୀ ଖେଳିଯାଏ।ଘରେ ଘରେ ପିଠାପଣାର ଆସର ଜମିଯାଏ। ଓଡିଶାର ଅବିଭକ୍ତ ଜିଲ୍ଲା କଳାହାଣ୍ଡି, ବଳାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ ଅନେକ ଅଞ୍ଚଳରେ ନୂଆଖାଇ ପର୍ବ ଧୂମଧାମରେ ପାଳିତ ହୋଇଥାଏ। ଚଳିତବର୍ଷ ସେପ୍ଟେମ୍ବର ୯ ତାରିଖରେ ନୂଆଖାଇ ପର୍ବ ପଡୁଛି। ଏବେ ଠାରୁ ପଶ୍ଚିମ ଓଡିଶାରେ ଘରେ ଘରେ ନୂଆଖାଇ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି।