thelifelinemedia
Latest Odisha News, Breaking News Today

ବଜ୍ରପାତରେ ଖୁଡ଼ି-ଝିଆରୀଙ୍କ ସମେତ ୩ ମୃତ

ରାଇରଂଗପୁର: ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡରେ ରବିବାର ଅପରାହ୍ନରେ ବଜ୍ରପାତ ହୋଇଛି। ଏହି ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ବ୍ରଜପାତ ହେବାରୁ ‌୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବହଲଦା ଥାନା ଅନ୍ତର୍ଗତ ନିମଡିହରେ ବଜ୍ରପାତ କାରଣରୁ ଖୁଡ଼ି ଓ ଝିଆରୀଙ୍କ ମୃତ୍ୟୁ ହୋଇଛି। ସେହିପରି ତିରିଂ ଥାନା ବାରୁଡିହି ଗାଁରେ ଜଣେ ଯୁବକ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏହି ଅଞ୍ଚଳରେ ଆଜି ଅପରାହ୍ନରେ ବର୍ଷା ସହିତ ବଜ୍ରପାତ ହୋଇଛି।

ସୂଚନା ଅନୁଯାୟୀ ବହଳଦା ଥାନା ନିମଡ଼ିହି ଗ୍ରାମର ଗୋପୀ ମୁଣ୍ଡାଙ୍କ ସ୍ତ୍ରୀ ରାଣୀ ମୁଣ୍ଡା(୨୫) ଓ ଗୋପାଲ ମୁଣ୍ଡାଙ୍କ ଝିଅ ପାନ ମୁଣ୍ଡା(୭) ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ବର୍ଷା ହେବାରୁ ବରଗଛ ମୂଳରେ ଛିଡା ହୋଇଥିଲେ । ତେବେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ତେବେ ସେହି ପାର୍ଶ୍ଵ ଦେଇ ଯାଉଥିବା ଗୋପୀ ମୁଣ୍ଡାଙ୍କ ଝିଅ ଲେଚେ ମୁଣ୍ଡା ମଧ୍ୟ ବଜ୍ରପାତର ପ୍ରଭାଵରେ ସଂଜ୍ଞାହୀନ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.