thelifelinemedia
Latest Odisha News, Breaking News Today

ପଛକୁ ପଛ ଆସୁଛି ୨ ବଡ ଲଘୁଚାପ, ଏହି ସବୁ ପାଇଁ ଜାରି ହେଲା ଆଲର୍ଟ !

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଲଘୁଚାପ। ଗୋଟିଏ ପରେ ଗୋଟିଏ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା। ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ଥମିବାର ନାଁ ନେଉ ନାହିଁ । ଆଜିଠୁ ରାଜ୍ୟରେ ପୁଣି ବଢିବ ବର୍ଷା। ଆସୁଛି ଦୁଇ ଦୁଇଟି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ୨୯ ତାରିଖରୁ ବଢିବ ବର୍ଷାର ପରିମାଣ।କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ବର୍ତ୍ତମାନ ଉତ୍ତର ପଶ୍ଚିମ ଝାରଖଣ୍ଡ ଉପରେ ରହିଛି ଲଘୁଚାପ। କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ।ସେହିପରି ୧୪ଟି ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ୧୪ ଜିଲ୍ଲା ହେଉଛନ୍ତି ବରଗଡ଼, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବଲାଙ୍ଗିର , ନୂଆପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ସମ୍ବଲପୁର। ଏହି ୧୪ ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାପରେ ୨୯ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଯାହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ଓଡ଼ିଶାରେ ଏହି ଲଘୁଚାପର ପ୍ରଭାବ ସର୍ବାଧିକ ରହିବ। ବର୍ଷାର ପରିମାଣ ବଢିବା ସହିତ ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଛି ।ଆସନ୍ତା ୩୧ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ। କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କିଛି ସ୍ଥାନରେ ବଜ୍ରପାତ ମଧ୍ୟ ହୋଇପାରେ । ତେଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ବଢିପାରେ। ଅଗଷ୍ଟ ୩୦ ଓ ୩୧ ତାରିଖରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏହା ସହିତ ଯେଉଁମାନେ ବି ସମୁଦ୍ର ଭିତରକୁ ଯାଇଛନ୍ତି ବା ଯାଉଛନ୍ତି ସେମାନେ ୨୯ ତାରିଖ ସୁଦ୍ଧା ସମୁଦ୍ର ଭିତରୁ ଫେରି ଆସିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.