thelifelinemedia
Latest Odisha News, Breaking News Today

ଟ୍ୱିନ୍ ଟାୱାର ସହ ମାଟିରେ ମିଶିଲା ୯୦୦ ଫ୍ଲାଟ

ନୋଏଡା ୨୮।୮: ନୋଏଡା ଟ୍ୱିନ୍‌ ଟାୱାର ରବିବାର ମାଟିରେ ମିଶିଛି। ଏହାର ନିର୍ମାଣ କାର୍ଯ୍ୟ ରିଏଲିଟି କମ୍ପାନୀ ସୁପରଟେକ୍ କରୁଥିଲେ। ଟାୱାର ନିର୍ମାଣରେ ଅନିୟମିତତାର ଅଭିଯୋଗ ହେବା ପରେ ପ୍ରଥମେ ମାମଲା ନିମ୍ନ ଅଦାଲତ ପରେ ହାଇକୋର୍ଟ ଓ ଶେଷରେ ସୁପ୍ରିମକୋର୍ଟକୁ ପହଞ୍ଚିଥିଲା। ଅବୈଧ ନିର୍ମାଣକୁ ଭାଙ୍ଗି ଦେବା ପାଇଁ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ରାୟ କାୟମ ରଖିବା ଯୋଗୁ ବର୍ଷକ ପରେ ଟାୱାର ଦୁଇଟିକୁ ଭଙ୍ଗା ଯାଇଛି।

ଟାୱାର ଭଙ୍ଗାଯିବା ଯୋଗୁ ସୁପରଟେକ୍‌କୁ ୫୦୦ କୋଟି ଟଙ୍କା କ୍ଷତି ହୋଇଥିବା କମ୍ପାନୀ ଏକ ବୟାନରେ କହିଛି। ଯେଉଁଥିରେ ଟାୱାରର ନିର୍ମାଣ କାର୍ଯ୍ୟ ସହିତ ସୁଧ ମଧ୍ୟ ରହିଛି। ନୋଏଡାରେ ନିର୍ମିତ ଏହି ଟ୍ୱିନ୍  ଟାୱାର ୧୦୩ ମିଟର ଉଚ୍ଚ ଥିଲା। ଯେଉଁଥିରେ ଦୁଇଟି ଅଲଗା ଅଲଗା ଟାୱାର  ଏପେକ୍ସ ଓ ସିୟାନ ଥିଲେ। ଏହି ଟାୱାର ଦୁଇଟିକୁ ଧ୍ୱଂସ କରିବା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାହା ସୁପରଟେକ୍ ବହନ କରିଛନ୍ତି କମ୍ପାନୀ ଅଧ୍ୟକ୍ଷ ଆର.କେ. ଆରୋରା କହିଛନ୍ତି।

Leave A Reply

Your email address will not be published.