thelifelinemedia
Latest Odisha News, Breaking News Today

ୟୁନିଫାଏଡ୍ ପେନସନ ସ୍କିମ୍: ସରକାରୀ କର୍ମଚାରୀଙ୍କ ନୂଆ ପେନସନ ଯୋଜନା 

ବ୍ୟୁରୋ: ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ନୂଆ ପେନସନ ସ୍କିମ୍। ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଉପରେ କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି।ଏଣିକି ନୂଆ ଯୋଜନାରେ ସାମିଲ ହେବେ ସରକାରୀ କର୍ମଚାରୀ। ସରକାରୀ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୟୁପିଏସ୍‌କୁ କ୍ୟାବିନେଟ ମଞ୍ଜୁର ଦେଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଯେଉଁମାନେ ୨୦୦୪ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେଇଛନ୍ତି ବା ନେବେ, ସେମାନେ ମଧ୍ୟ ଏହି ପେନସନ ଯୋଜନାର ଲାଭ ପାଇପାରିବେ। ଏହା ବ୍ୟତୀତ ସେମାନେ ସୁଧ ସହିତ ବକେୟା ଅର୍ଥ ମଧ୍ୟ ପାଇବେ।

ନୂଆ ଯୋଜନା ଦ୍ୱାରା ୨୩ ଲକ୍ଷ ଲୋକ ଉପକୃତ ହେବେ। ଯେଉଁମାନେ ୨୦୦୪ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେଇଛନ୍ତି ବା ନେବେ, ସେମାନେ ମଧ୍ୟ ଏହି ପେନସନ ଯୋଜନାର ଲାଭ ପାଇପାରିବେ। ଏହା ବ୍ୟତୀତ ସେମାନେ ସୁଧ ସହିତ ବକେୟା ଅର୍ଥ ମଧ୍ୟ ପାଇବେ। ସରକାରୀ କର୍ମଚାରୀମାନେ ଏନପିଏସ ଓ ୟୁପିଏସ୍ ମଧ୍ୟରୁ ଯେଉଁଟା ଚାହିଁବେ, ତାହା ନେଇପାରିବେ। କର୍ମଚାରୀମାନେ ଦୁଇଟି ପେନ୍‌ସନ୍‌ ସ୍କିମ୍‌ ମଧ୍ୟରୁ ଗୋଟିଏର ଲାଭ ଉଠାଇ ପାରିବେ। ତେବେ ପୂର୍ବରୁ ଥିବା ନେସନାଲ ପେନସନ୍ ସିଷ୍ଟମ୍ ବା ଏନପିଏସ୍ ଜାରି ରହିବ । ଜଣେ କର୍ମଚାରୀ ପେନସନ୍ ଯୋଜନା ପାଇଁ ଏନପିଏସ ବା ୟୁପିଏସକୁ ବାଛି ପାରିବେ । ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ନୂଆ ଏକକ ପେନସନ ଯୋଜନାର ସୁବିଧା ପାଇପାରିବେ।

Leave A Reply

Your email address will not be published.