thelifelinemedia
Latest Odisha News, Breaking News Today

ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର: ସକ୍ରିୟ ବିରୋଧୀ ଦଳର ନୀତି ଆପଣାଇବାକୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ନବନିର୍ବାଚିତ ବିଧାୟକ ମାନଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ନବ ନିର୍ବାଚିତ ବିଧାୟକଙ୍କ ସହ ବିଜେଡିର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି

କାର୍ଯ୍ୟକ୍ରମକୁ ଉଦଘାଟନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡିଶା ତଥା ଓଡିଶା ବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ଦଳର ବିଧାୟକ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ନବୀନ କହିଛନ୍ତି ଯେ ଗଣତନ୍ତ୍ରରେ ସରକାରଙ୍କର ଯେତିକି ଦାୟିତ୍ୱ ରହିଛି ବିରୋଧୀ ଦଳର ତା ଠାରୁ ଅଧିକ ଦାୟିତ୍ୱ ରହିଛି। ବିରୋଧୀ ଦଳ ହିଁ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷାକାରୀ ବୋଲି ନବୀନ ମତ ଦେଇ ଲୋକଙ୍କ ସ୍ୱାର୍ଥ ଜଡିତ ବିଷୟକୁ ପ୍ରାଥମିକତା ଦେଇ ବିଧାନସଭାରେ ଉଠାଇବାକୁ ବିଧାୟକ ମାନଙ୍କୁ ସେ ପରାମର୍ଶ ଦେଇଥିଲେ।

ନୂଆ ବିଧାୟକଙ୍କୁ ବିଧାନସଭାର ନୀତି ନିୟମ ଏବଂ କାର୍ଯ୍ୟ ପରିଚାଳନା ବିଷୟରେ ସମ୍ୟକ ଜ୍ଞାନ ଦେବା ଏ ତାଲିମ ଶିବିରର ମୁଖ୍ୟ ଉଦେଶ୍ୟ। କେବଳ ଗୃହ ପରିଚାଳନା ନୁହେଁ ସରକାରଙ୍କୁ ଉତ୍ତରଦାୟୀ କରିବାରେ ମଧ୍ୟ ଗୃହର ନୀତି ନିୟମ ହେଉଛି ଅସ୍ତ୍ର। ତେଣୁ ବିଧାୟକ ଭାବରେ ନିଜ ଦାୟିତ୍ୱକୁ ନିର୍ବାହ କରିବାପାଇଁ ଗୃହର ନୀତି ନିୟମ ସହ ବିଭିନ୍ନ ସଂସଦୀୟ ପରମ୍ପରା ଆଦି ଉପରେ ବିଶେଷ ଧ୍ୟାନ ଦେବା ଉପରେ ନବୀନ ଗୁରୁତ୍ୱ ଆରୋପ କରିଥିଲେ।

 

Leave A Reply

Your email address will not be published.