ଓଡିଶା ଆସିବେ ମୋଦୀ : ସେପ୍ଟେମ୍ବର ୧୭ ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ୱର: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବବା ନେଇ ସୂଚନା ରହିଛି। ସେହି ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପୁରୀଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। କହିଛନ୍ତି ମୋଦୀ ଓଡିଶା ଆସିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ। ଆଉ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ସେହି ଦିନ ମୋଦୀଙ୍କ ଜନ୍ମଦିନ ଅବସରରେ ନିଜେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସଓପି ଆଣି ସାରିଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ ୨୧ବର୍ଷରୁ ଊର୍ଦ୍ଧ୍ବ ଓ ୬୦ବର୍ଷରୁ କମ୍ ବୟସର ମହିଳାମାନେ ଲାଭ ପାଇପାରିବେ। ପ୍ରତିବର୍ଷ ଦୁଇ ଥର ଟଙ୍କା ମିଳିବ।ରାକ୍ଷୀପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ ୮) ଅବସରରେ ମହିଳାଙ୍କୁ ଟଙ୍କା ଦିଆଯିବ। ୫ ବର୍ଷରେ ୫୦ହଜାର ଟଙ୍କା ପାଇବେ ହିତାଧିକାରୀ।ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ମୋଟ ୫୫ ହଜାର ୮୨୫ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର।