thelifelinemedia
Latest Odisha News, Breaking News Today

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ 

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ। ସାମ୍ବାଦିକ ସମିଳନୀର ଦଳର ନେତ୍ରୀ ସୋନାଲି ସାହୁ କହିଛନ୍ତି ସୁଭଦ୍ରା ଯୋଜନା ନାରେ ଓଡ଼ିଶାର ସୁଭଦ୍ରାମାନଙ୍କୁ ଠକିଛନ୍ତି ରାଜ୍ୟ ସରକାର। ବିଜେପି ଦଳ ସୁଭଦ୍ରାକୁ ଢାଳ କରି ନିର୍ବାଚନ ଲଢିଲେ, ପ୍ରତିଶୃତି ଦେଲେ ହେଲେ ନିର୍ବାଚନ ଜିତିବା ପରେ ନିଜର ପ୍ରତିଶୃତି ଭୁଲିଗଲେ। ବର୍ଷକୁ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି କହିଥିଲେ ହେଲେ ସରକାରକୁ ଆସିଲା ପରେ ସରକାରଙ୍କ ମନ ବଦଳି ଗଲା।

ସରକାରଙ୍କ ତଥ୍ୟ ଅନୁଯାୟୀ ୫ ବର୍ଷରେ ୫୫ହଜାର ୮୦୦ କୋଟି ଟଙ୍କା ସୁଭଦ୍ରା ଯୋଜନାରେ ଖର୍ଚ୍ଚ ହେବ। ଏହି ଅର୍ଥ ଦେବାପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ। ଏ ବାବଦରେ ଋଣ ଆଣୁଛନ୍ତି ଯାଉଛନ୍ତି ରାଜ୍ୟ ସରକାର। ଋଣ କରି ଖିଅ ଖାଇବା ବିଜେପି ଠାରୁ ଶିଖିବାକୁ ପଡିବ ବୋଲି ସରକାରଙ୍କୁ କଟାକ୍ଷ କରିଛି କଂଗ୍ରେସ। ସରକାରରେ ଆସିବ ଦୁଇ ମାସ ହୋଇନି ହଜାର ହଜାର କୋଟି ଟଙ୍କା ଋଣ ଆଣୁଛନ୍ତି। ଏବେ ପ୍ରଶ୍ନ ଉଠୁଛି ଏହି ଋଣ ଅର୍ଥକୁ ଶୁଝିବ କିଏ ? ଏଓପି ଅନୁଯାୟୀ ଆର୍ଥିକ ସ୍ୱଚ୍ଛଳ ଥିବା ମହିଳାଙ୍କୁ ସୁଭଦ୍ରା ଯୋଜନା ମିଳିବା ନାହିଁ। କିନ୍ତୁ ସରକାର ସ୍ୱଚ୍ଛଳ ବର୍ଗଙ୍କ ଚି଼ହ୍ନଟ ପାଇଁ କୌଣସି ମାନଦଣ୍ଡ କରିନାହାନ୍ତି। ଯୋଜନାକୁ ନେଇ ସରକାରଙ୍କ ପାଖରେ ସଠିକ ସ୍ପଷ୍ଟତା ନାହିଁ ବୋଲି କଂଗ୍ରେସ କହିଛି।

 

 

Leave A Reply

Your email address will not be published.