କ୍ରିକେଟରୁ ଅବସର ନେଲେ ଗବର: ମନେ ପକାଇଲେ ଖେଳ ଜୀବନର ଅନେକ କଥା

ବ୍ୟୁରୋ: କ୍ରିକେଟରୁ ଅବସର ନେଲେ ଶିଖର ଧୱନ। ଅନ୍ତର୍ଜାତୀୟ ଓ ଘରୋଇ ଫର୍ମାଟରୁ ସନ୍ୟାସ ନେଇଛନ୍ତି। କ୍ରିକେଟ ଦୁନିଆର ଗବର କୁହାଯାଉଥିବା ଶିଖର ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ କ୍ରିକେଟରୁ ଅବସର ନେଇଥିବା କଥା କହିଛନ୍ତି। ଦେଶ ପାଇଁ ଖେଳିଥିବାରୁ ସେ ବହୁତ ଗର୍ବିତ ଅନୁଭବ କରିଥିବା ମଧ୍ୟ କହିଛନ୍ତି । ଶିଖର ଧାଓ୍ବନ ତାଙ୍କ କ୍ୟାରିଅରରେ ୩୪ଟି ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ବେଣ୍ଟି ଖେଳି ବହୁ ସଫଳତା ପାଇଛନ୍ତି । ଅବସର ନେବା ସମୟରେ ସେ ଭାବୁକ ହୋଇପଡ଼ିଥିଲେ। କ୍ରିକେଟ ଜୀବନର ଆରମ୍ଭକୁ ମନେ ପକାଇଥିଲେ। ଦେଶ ପାଇଁ ଖେଳି ଥିବାରୁ ଗର୍ବିତ ବୋଲି କହିଛନ୍ତି ଶିଖର। ନିଜ ପରିବାର ଓ ପିଲାଦିନର ପ୍ରଶିକ୍ଷକ ସମେତ ତାଙ୍କର ସବୁ ଫ୍ୟାନସ ଧନ୍ୟବାଦ ଦେଇଛନ୍ତି। ତାଙ୍କର ସ୍ବପ୍ନ ପୂରଣ ହୋଇଛି ବୋଲି ଶିଖର କହିଛନ୍ତି। ଦେଶ ପାଇଁ ଖେଳିବା ତାଙ୍କର ସ୍ବପ୍ନ ଥିଲା। ଦେଶ ପାଇଁ ସେ ଖେଳି ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି।
ବିସିସିଆଇ, ଡିଡିସିଆଇ(ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍) ଓ ତାଙ୍କ ଫ୍ୟାନ୍ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ମ୍ୟାଚରେ ସମ୍ପୂର୍ଣ୍ଣ ସମର୍ଥନ ଓ ଭଲପାଇବା ପାଇଁ ସାଥୀ ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।୨୦୧୦ ରେ, ଧାୱନ ଅଷ୍ଟ୍ରେଲିଆ ବିପକ୍ଷ ODI ରେ ଭାରତ ପାଇଁ ଆନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ।୨୦୨୨ ଡିସେମ୍ବର ୧୦ରେ ବାଂଲାଦେଶ ବିପକ୍ଷରେ ଶିଖର ଧାଓ୍ବନ ଖେଳିଥିଲେ ଶେଷ ଅର୍ନ୍ତଜାତୀୟ ମ୍ୟାଚ୍।