ବିଜେଡି ବିଧାୟକଙ୍କ ଟ୍ରେନିଂ କ୍ୟାମ୍ପ: ତାଲିମ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତା କାଲି ହେବେ ବିଜେଡିର ବିଧାୟକମାନଙ୍କ ଟ୍ରେନିଂ କ୍ୟାମ୍ପ୍। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ। ବିଜୁଜନତା ଦଳର ବରିଷ୍ଠ ବିଧାୟକମାନେ ନବନିର୍ବାଚିତ ବିଧାୟକମାନଙ୍କୁ ଟ୍ରେନିଂ ଦେବେ । ନବନିର୍ବାଚିତ ବିଧାୟକ ଭାବରେ କିଭଳି କାର୍ଯ୍ୟ ନିର୍ବାହ କରିବେ ବିଧାୟକମାନେ ସେ ନେଇ ନେବେ ପ୍ରଶିକ୍ଷଣ। ଦିନ ୧୦ଟାରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପୁରା ଦିନ ଚାଲିବ। ବିଶେଷ କରି ବିଧାନସଭାର ସଦସ୍ୟଙ୍କ ଦାୟିତ୍ଵ, ପ୍ରାଇଭେଟ୍ ମେମ୍ବର ବିଲ, ଜିରୋ ଆଉର, ସ୍ୱତନ୍ତ୍ର ମୋସନ ସବମିଶନ, ପବ୍ଲିକ ମାଟର୍ସ, ଷ୍ଟାଣ୍ଡିଂ କମିଟି, ହାଉସ କମିଟି, ବଜେଟାରୀ ପ୍ରସ୍ତୁତିକରଣ, ବିଧାନସଭା ପ୍ରଶ୍ନକାଳ ଓ ଶୂନ୍ୟକାଳ ଭଳି ପ୍ରସଙ୍ଗରେ ନବନିର୍ବାଚିତ ବିଧାୟକମାନଙ୍କୁ ଟ୍ରେନିଂ ଦିୟଯିବ। ବିଜୁ ଜନତା ଦଳର ବରିଷ୍ଠ ବିଧ୍ୟାୟକ ଯେମିତିକି ନବୀନ ପଟ୍ଟନାୟକ,ଗଣେଶ୍ୱର ବେହେରା,ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ଅଶୋକ ପଣ୍ଡା, ସଞ୍ଜୟ ଦାସବର୍ମା, ପ୍ରତାପ କେଶରୀ ଦେବ, କଳିକେଶ ସିଂଦେଓ, ପ୍ରଫୁଲ୍ଲ ସାମଲ, ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ ଭଳି ବରିଷ୍ଠ ନେତାମାନେ ନବନିର୍ବାଚିତ ବିଧାୟକ ମାନଙ୍କୁ ପ୍ରଶିକ୍ଷଣ ଦେବେ। ବିଜେପି ଓଡ଼ିଆ ଅସ୍ମିତର ଗାଥା ଗାଉଥିବା ବେଳେ ଆରମ୍ଭରୁ ହିଇଁ ରାଜ୍ୟ ସରକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାକୁ ହାନି ପହଁଚାଇଛି, ଯେଉଁଥିପାଇଁ ଆମେ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ କରିଥିଲୁ ବୋଲି ବିଜେଡି କହିଛି