thelifelinemedia
Latest Odisha News, Breaking News Today

ଆଜି ମହାପ୍ରଭୁଙ୍କ ରାହୁ ରେଖା ଲାଗି ନୀତି, ବନ୍ଦ ରହିବ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ 

ପୁରୀ : ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା। ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ । ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ ରେଖାପଞ୍ଚମୀ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ଏନେଇ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ପରମ୍ପରା ଅନୁଯାୟୀ ପ୍ରଥମ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟ ବିଜୟ ଦ୍ବାର ବନ୍ଦ କରାଯିବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବାୟତମାନେ ରାହୁ ରେଖା ଲାଗି କରିବେ । ଶ୍ରୀଜିଉଙ୍କ ଶ୍ରୀମୁଖ ସୁନ୍ଦର ଦେଖାଯିବା ପାଇଁ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯିବ ।

Leave A Reply

Your email address will not be published.