thelifelinemedia
Latest Odisha News, Breaking News Today

ଅନିଲ ଅମ୍ବାନିଙ୍କୁ ୫ବର୍ଷ ବାସନ୍ଦ କଲା ସେବି 

ମୁମ୍ବାଇ: ଉଦ୍ୟୋଗପତି ଅନିଲ ଅମ୍ବାନିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି ପୁଞ୍ଜି ବଜାରକ ନିୟମ ସେବି। ୫ ବର୍ଷ ପର୍ଯ୍ୟନ୍ତ ଅନିଲଙ୍କୁ ସେୟାର ବଜାରରୁ ନିଷିଦ୍ଧ କରିଛି ସେବି।୨୫କୋଟିର ଜରିମାନା ସହିତ ୫ ବର୍ଷ ପର୍ଯ୍ୟନ୍ତ ଅନିଲ ସେୟାର ବଜାରରେ ନିଜକୁ ସାମିଲ କାରି ପାରିବେ ନାହିଁ।ବ୍ୟବସାୟ ଦୁନିଆରେ ଅନିଲ ଅମ୍ବାନି ଗତ ଦୁଇ ଦଶନ୍ଧି ମଧ୍ୟରେ ଉତ୍‌ଥାନ ଓ ପତନ ଦେଇ ଗତି କରୁଛନ୍ତି। ଆଉ ଏଭଳି ସ୍ଥିତିରେ ତାଙ୍କ ବିରୋଧରେ ସେବିର ବଡ଼ କାର୍ଯ୍ୟାନୁଷ୍ଠାନ ତାଙ୍କୁ ବଡ ଝଟକା ଦେଇଛି। କେବଳ ଅନିଲ ଅମ୍ବାନିଙ୍କ ବିରୁଦ୍ଧରେ ନୁହେଁ ଅନ୍ୟ ୨୪ଟି ସଂସ୍ଥା ବିରୋଧରେ ପୁଞ୍ଜିବଜାର ନିୟାମକ ସେବି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନିର ପାଣ୍ଠି ବେଆଇନ ଭାବେ ବିନିଯୋଗ ହୋଇଥିବାରୁ ସେବି ଏଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି। ଅନିଲ ଅମ୍ବାନି କୌଣସି ତାଲିକାଭୁକ୍ତ କମ୍ପାନି କିମ୍ବା ପଞ୍ଜୀକୃତ କୌଣସି ମଧ୍ୟସ୍ଥ ସଂସ୍ଥାର ପ୍ରମୁଖ ପରିଚାଳନା ପଦବି କିମ୍ବା ନିର୍ଦ୍ଦେଶକ ପଦବିରେ କାମ କରିପାରିବେ ନାହିଁ ବୋଲି ସେବି କହିଛି।

ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ୍‌(ଆରଏଚଏଫଏଲ)ର ବରିଷ୍ଠ ଅଧିକାରୀମାନଙ୍କ ସହାୟତାରେ ଅନୀଲ ଜାଲ୍‌ ସ୍କିମ୍‌ ଜରିଆରେ ପାଣ୍ଠି ହେରଫେର କରିଥିବା ସେବି ଜାଣିବାକୁ ପାଇଥିଲା। ଆରଏଚଏଫଏଲ ବୋର୍ଡ ଅଫ ଡାଇରେକ୍ଟର୍ସ ଏହାକୁ ବିରୋଧ କରିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିଲେ। ଏହା ସେବି ନଜରକୁ ଆସିବା ପରେ ସେବି ପକ୍ଷରୁ ଅନୀଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ସେବି କହିଛି। ବିଗତ କିଛି ଦଶନ୍ଧି ହେବ ଅନିଲ ବଡ ଧନୀରୁ ଦେବାଳିଆ ହୋଇଯାଇଛନ୍ତି। ଆର୍ଥିକ ଓ ଆଇନଗତ ମାମଲାରେ ଛନ୍ଦି ହୋଇ ପତନ ଆଡକୁ ଗତି କରିଛନ୍ତି। ଏବେ ସେବିର ଏଭଳି କାର୍ଯ୍ୟନୁଷ୍ଠାନ ଅନିଲଙ୍କୁ ଆଉ ଏକ ବଡ ଧକ୍କା ଦେଇଛି ତାହା କୁହାଯାଇପାରେ।

Leave A Reply

Your email address will not be published.