ମୋଦୀ-ଜେଲେନେସ୍କି ଭେଟଘାଟ: ଯୁଦ୍ଧ ପ୍ରଶମିତ ହେବା ନେଇ ଆଶା

ବ୍ୟୁରୋ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଦୁଇ ନେତା ମୋଦୀ ଓ ଜେଲେନେସ୍କିଙ୍କ ମଧ୍ୟରେ ବ୍ୟାପକ ସହମତି ହୋଇଛି। ଏହା ସହ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।୧୯୯୧ରେ ସ୍ବାଧୀନତା ଲାଭ ପରେ ୟୁକ୍ରେନକୁ ଜଣେ ଭାରତୀୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ପ୍ରଥମ ଗସ୍ତ। ପୋଲାଣ୍ଡରୁ ଟ୍ରେନ ଯୋଗେ ମୋଦି ୟୁକ୍ରେନରେ ପହଂଚିଥିଲେ। କିଭ ମାଟିରେ ମୋଦୀ ପାଦ ଦେବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି ତାଙ୍କୁ ସ୍ୱାଗତ କରିଥିଲେ। ରୁଷ ଯୁକ୍ରେନ ଯୁଦ୍ଧ ପ୍ରଶମିତ ହେବା ନେଇ ଦୁଇ ନେତାଙ୍କ ଭିତରେ ଆଲୋଚନା ହୋଇଥିବା କୁହାଯାଉଛି।ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ମୋଦୀ ଭେଟିଥିଲେ। ଏବେ ଜେଲେନେସ୍କିଙ୍କୁ ଭେଟି ଯୁଦ୍ଧ ବନ୍ଦ ହେବା ନେଇ ଆଲୋଚନା କରି ଥାଇପାରନ୍ତି ବୋଲି ଅନୁମାନ ହେଉଛି।
ରୁଷ ୟୁକ୍ରେନ ଯୁଦ୍ଧ ଦୀର୍ଘ ୨ ବର୍ଷ ଧରି ଚାଲିଥିବା ବେଳେ ମୋଦୀଙ୍କ ୟୁକ୍ରେନ ଗସ୍ତ ବେଶ ଗୁରୁତ୍ବ ରଖିଛି। ଆଲୋଚନା ମାଧ୍ୟ୍ୟମରେ ଯୁଦ୍ଧ ବନ୍ଦ ହୋଇପାରିବ ବୋଲି ଭାରତ ସବୁବେଳେ ମତ ଦେଇ ଆସିଛି। ଏବେ ଜେଲେନେସ୍କିଙ୍କୁ ମୋଦୀ ଭେଟିବା ପରେ ରୁଷ ୟୁକ୍ରେନ ଯୁଦ୍ଧ କେଉଁ ମୋଡ଼ ନେଉଛି ତାରି ଉପରେ ସମସ୍ତଙ୍କ ନଜର ରହିଛି।