thelifelinemedia
Latest Odisha News, Breaking News Today

ମିଛୁଆ ରାଧୁଆ ବିଜେପି ସରକାର: ସୁଭଦ୍ରା ଯୋଜନାକୁ ନେଇ ବିଜେପି କୁ ଘେରିଲା ବିଜେଡି

ଭୁବନେଶ୍ୱର: ବିଜେପି ସରକାର ଲୋକଙ୍କୁ ମିଛ କହିଛି। ନିର୍ବାଚନୀ ପ୍ରତିଶୃତି ପାଳନ କରିନି ମୋହନ ସରକାର। ଏ ସରକାର କେବଳ ସୁଭଦ୍ରା ଯୋଜନା ନାଁରେ ପ୍ରବଞ୍ଚନା ଦେଇ ଆସିଛି ବୋଲି ବିଜେଡି ଅଭିଯୋଗ କରିଛି। ସୁଭଦ୍ରା ଯୋଜନାରେ ଏସଓପି ଆସିବା ପରେ ବିଜେପିର ଦୋ ମୁହାଁ ଚେହେରା ଜଣା ପଡ଼ିଛି ବୋଲି ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି।

ନିର୍ବାଚନ ପ୍ରଚାର ବେଳେ ସରକାରକୁ ଆସିଲେ ସବୁ ମହିଳାଙ୍କୁ ୫୦ ହଜାର ଦେବୁ ବୋଲି କହିଥିଲା ବିଜେପି । ହେଲେ ଏହା ହେଲା ନାହିଁ।ଏହାକୁ ଦେଖିଲେ ଲାଗୁଛି ମହା ଆଡ଼ମ୍ବରେ ଲଘୁକ୍ରିୟା ପରି। ସବୁ ମହିଳାଙ୍କୁ ୫୦ହଜାର ଦେବୁ କହିଥିଲେ। ଏହା ବିଜେପିର ପ୍ରଥମ ମିଛ ନୁହେଁ। ପୂର୍ବରୁ ମଧ୍ୟ ସମସ୍ତଙ୍କୁ ଭତ୍ତା ୩ ହଜାର ବଢ଼ାଇବୁ ବୋଲି ମଧ୍ୟ କହିଥିଲେ। ଆଉ ଏବେ ପୁଣି ଯେଉଁ ପ୍ରବଞ୍ଚନା କଲେ ମହିଳା ବୁଝି ପାରିଲେନି। ଏବେ ଯେଉଁ ନିୟମ ଆଣିଛନ୍ତି ପ୍ରାୟ କୋଟିଏ ମହିଳା ବଂଚିତ ହେବେ। ସାଧାରଣ ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ଗାଁ ସାଥି   ଏଥିରୁ ବଂଚିତ ହେବେ। ନିର୍ବାଚନ ପୂର୍ବରୁ ଗୋଟିଏ କଥା କହିଥିଲେ। ଆଉ ଆଜି ଆଉ ଗୋଟେ କଲେ। ଆପଣ କେବେ ରାଜ୍ୟବାସୀଙ୍କ ପାଇଁ ଚନ୍ତା କରି ନାହାନ୍ତି। ନିଜକୁ ସୁହାଇଲା ପରି ଯୋଜନା କରନ୍ତି। ମହିଳାଙ୍କୁ ଆପଣମାନେ ଠକିଛନ୍ତି। ଆପଣ ୨ବର୍ଷରେ ୫୦ ହଜାର ଦେବେ ବୋଲି କହିଥିଲେ। ହେଲେ ଏବେ ୫ ବର୍ଷରେ ଦେବେ ବୋଲି କହୁଛନ୍ତି। ଆଗାମୀ ଦିନରେ ମହିଳା ଏହାର ଜବାବ ଦେବେ ବୋଲି ବିଜେଡି କହିଛି।

Leave A Reply

Your email address will not be published.