thelifelinemedia
Latest Odisha News, Breaking News Today

ମଦ ମୃତ୍ୟୁ ନେଇ ତଥ୍ୟ ଲୁଚାଇ ନାହାନ୍ତି ସରକାର: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର: ମଦ ମୃତ୍ୟୁ ନେଇ ସରକାର କୌଣସି ତଥ୍ୟ ଲୁଚାଇ ନାହାନ୍ତି। ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ବିଧାନସଭା ଗୃହରେ କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। କହିଛନ୍ତି ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ଯା ଓ ଭିତ୍ତିହୀନ। ଗତ ୧୯ ତାରିଖରେ ବିଷାକ୍ତ ମଦ ପିଇ ପେଟ ଯନ୍ତ୍ରଣା ହେବାରୁ ୧୯ ଜଣ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ୪ ଆଇସିୟୁରେ, ୨ ଭେଣ୍ଟିଲେଟର ରେ ଆଉ ୭ ଜଣ ୱାର୍ଡରେ ଅଛନ୍ତି। ଲୋକନାଥ ବେହେରା ଓ ଜୁଡା ବେହେରାଙ୍କ ଏହି ବିଷାକ୍ତ ମଦ ପିଇବା ଦ୍ୱାରା ମୃତ୍ୟୁ ହୋଇଛି । ଜବତ ହୋଇଥିବା ମଦ ସାମ୍ପୁଲ ଓ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଭିଷେରା ରିପୋର୍ଟ ଫରେନସିକ ଲ୍ୟାବ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଗଞ୍ଜାମ ମଦ ମୃତ୍ୟୁ ଘଟଣା ପରେ ରାଜ୍ୟ ସାରା ୨୦ ତାରିଖରୁ ଆରମ୍ଭ ହୋଇଛି ସ୍ପେଶାଲ ରେଡ଼। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା
୨୦ ହଜାର ୭୨୬ ଲିଟର ବେଆଇନ ମଦ ଜବତ କରିଛି ବିଭାଗ। ୩୭୬ ଟି ବେଆଇନ ମଦ ମାମଲା ରୁଜ୍ଜୁ ହୋଇଛି। ୨୬୭ ଜଣ ଗିରଫ ହୋଇଥିବା ବେଳେ ୪ଜଣ ଫେରାର ଅଛନ୍ତି। ୨୬ ଟି ଗାଡ଼ି ଜବତ ହୋଇଛି। ଏଇ ମାମଲାରେ ଯଥାଶୀଘ୍ର ଚାର୍ଜସିଟ ଦାଖଲ କରି ଦଣ୍ଡ ବିଧାନ ପାଇଁ ସରକାର ତତ୍ପର ଅଛନ୍ତି । ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସାରା ରାଜ୍ୟରେ ବେଇଆଇନ ମଦ କାରବାର ଉପରେ ବୁଲଡୋଜର ବଢାଇବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅବକାରୀ ମନ୍ତ୍ରୀ
ପୃଥୀରାଜ ହରିଚନ୍ଦନ କହିଛନ୍ତି।

Leave A Reply

Your email address will not be published.