thelifelinemedia
Latest Odisha News, Breaking News Today

ସିମ୍ ବକ୍ସ ଜବତ ଘଟଣା:ପୁଣି ଦୁଇଦିନିଆ ରିମାଣ୍ଡରେ ରାଜୁ ମଣ୍ଡଳ

ଭୁବନେଶ୍ୱର: ଘନଉଛି ସିମ୍ ବକ୍ସ ମାମଲା ଘଟଣା। ପୁଣି ଦୁଇଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ। ଅଧିକ ତଥ୍ୟ ଓଗାଳିବ ପାଇଁ

କମିସନରେଟ୍ ପୋଲିସ ତାକୁ ପୁଣି ରିମାଣ୍ଡରେ ନେଇ ପଚରାଉଚରା କରିବ। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି। ବେଆଇନ ନେଟୱର୍କରେ କିଏ କିଏ ଜଡିତ ଅଛନ୍ତି ଏ ଦିଗକୁ ନେଇ ରାଜୁ ମଣ୍ଡଳକୁ ପୋଲିସ ଜେରା କରିବ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ସମୟରେ ରାଜୁ ଅନେକ କଥା ମାନିଛି। କେମିତି ସେ ଓଡିଶାରେ ସିମ୍ ବକ୍ସ ପରିଚାଳନା କରୁଥିଲା ସବୁ କଥା ବଖାଣିଛି ରାଜୁ। ଏବେ ବାକି ରହିଯାଇଥିବା କଥା ଓଗାଳିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଯାଇଛି ରାଜୁ ମଣ୍ଡଳ। ଭୁବନେଶ୍ୱର, କଟକ ପରେ ଝାରଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡ଼ିବା ପରେ ପୋଲିସ ଏ ଘଟଣାକୁ ନେଇ ଜୋରଦାର ତନାଘନା କରୁଛି।

ଅନ୍ୟପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଅସଦୁର ଜମାନ ସମ୍ପର୍କରେ ଅନେକ ତଥ୍ୟ ପାଇଛି ପୋଲିସ। ତାକୁ
ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିସନରେଟ ପୁଲିସ। ଖୁବଶୀଘ୍ର ଅସଦୁର ଜମାନ ଗିରଫ ହେବା ନେଇ ବ୍ଲୁ ପ୍ରିଣ୍ଟ ତିଆରି କରୁଛି ଓଡିଶା ପୋଲିସ। ଅନ୍ୟପଟେ ଏ ଘଟଣାରେ ଆତଙ୍କୀ ଲିଙ୍କ ନେଇ ଖୋଳତାଡ କରୁଛି ଏନଆଇଏ।

Leave A Reply

Your email address will not be published.