thelifelinemedia
Latest Odisha News, Breaking News Today

ସରିଲା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ: ଖୁବ ଜଲଦି ପିସିସି ସଭାପତିଙ୍କ ନାଁ ହେବ ଘୋଷଣା

ଭୁବନେଶ୍ୱର: ସରିଲା କଂଗ୍ରେସ କମିଟି ବୈଠକ। ମାସେ କିମ୍ୱା ଦୁଇ ମାସ ମଧ୍ୟରେ ମଧ୍ୟରେ ଘୋଷଣା ହୋଇପାରେ ପିସିସି ସଭାପତି ନାମ। ଆଜି କଂଗ୍ରେସ ଭବନରେ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ ଅନେକ ବରିଷ୍ଠ ନେତାଙ୍କ ସହ କଂଗ୍ରେସ ଦଳର ବିଧାୟକ ମାନେ ଉପସ୍ଥିତି ରହିଥିଲେ। କଂଗ୍ରେସର ଆଗକୁ କଣ ରଣନୀତି ହେବ ତାକୁ ନେଇ ଆଲୋଚନା ହୋଇଛି। ସଙ୍ଗଠନ କେମିତି ମଜବୁତ ହେବ ସେଇ ସବୁ ଦିଗ ଉପରେ ଆଲୋଚନା ହୋଇଛି। ଆଜିର ବୈଠକରେ  ଷ୍ଟିୟରିଂ କମିଟିର ୧୪ ଜଣ ସଦସ୍ୟ ଓ ପୂର୍ବତନ ପିସିସି ସଭାପତି, ପୂର୍ବତନ ବିଧାୟକ ଦଳର ନେତା ଓ ସମସ୍ତ ବିଧାୟକ ଉପସ୍ଥିତ ଥିଲେ।

ଅନ୍ୟପଟେ ସଭାପତି ଚୟନ ଦଳୀୟ କଥା ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି। ପିସିସି ସଭାପତି ଚୟନ ସହିତ ପଞ୍ଚାୟତ ନିର୍ବାଚନରେ ଦଳ କେମିତି ଲଢିବା ତାକୁ ନେଇ ମଧ୍ଯ ବରିଷ୍ଠ ନେତାଙ୍କ ସହ ଆଲୋଚନା ହେଲା ବୋଲି କହିଛନ୍ତି ତାରା।

Leave A Reply

Your email address will not be published.