thelifelinemedia
Latest Odisha News, Breaking News Today

ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର ହେବ କାଠ ସିନ୍ଦୁକ ସହ ଆଲମିରା

ପୁରୀ:ଆସନ୍ତା କାଲି ଭିତର ଓ ବାହାର ରତ୍ନଭଣ୍ଡାର ଖାଲି ହୋଇଥିବା ଲୁହା, କାଠ ସିନ୍ଦୁକ ସହ ଆଲମିରା ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର ହେବ। ଦୁଇଟି ଓଜନିଆ ଲୁହା ସିନ୍ଦୁକ ଥିବାରୁ ଏହାର ସ୍ଥାନାନ୍ତର ପାଇଁ ଭାରୀ ସାମଗ୍ରୀ ସ୍ଥାନାନ୍ତର ପାଇଁ ଅଭିଜ୍ଞ ଥିବା ସ୍ୱତନ୍ତ୍ର ବୈଷୟିକ ଟିମର ସହାୟତା ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଟିମର ଶ୍ରୀମନ୍ଦିର ଇଂଜିନିୟରିଂ ଟିମ ସହ ଆଜି ଚୂଡାନ୍ତ ଆଲୋଚନା କରିବେ। ଆସନ୍ତା କାଲି ଅପରାହ୍ନ ଗୋଟାଏରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ।ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ରଖାଯିବ lଗତ ଜୁଲାଇ ୧୪ ଓ ୧୮ ତାରିଖ ଦିନ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ଭିତରେ ଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଂକାର ଏବଂ ମୂଲ୍ଯବାନ ସାମଗ୍ରୀ ସ୍ଥାନାନ୍ତରଣ ହୋଇଥିଲା।

Leave A Reply

Your email address will not be published.