thelifelinemedia
Latest Odisha News, Breaking News Today

ହଟିଲା ବ୍ୟାରିକେଡ, ଓଡ଼ିଶା ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ

ହଟିଲା ବ୍ୟାରିକେଡ, ଓଡ଼ିଶା ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ। ପଶ୍ଚିମବଙ୍ଗ ଆଳୁକୁ ନେଇ ଗତକିଛି ଦିନ ହେଲା ଲାଗିରହିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି। କାରଣ ଯେଉଁ ବ୍ୟାରିକେଡ କରି ଆଳୁ ଟ୍ରକକୁ ଅଟକାଇଥିଲା ପଶ୍ଚିମବଙ୍ଗ, ତାହା ଏବେ ଖୋଲି ଦିଆଯାଇଛି। ଏହାସହ ଆଳୁ ଦର କମିବ ବୋଲି ଆଶା କରାଯାଉଛି। ଏହାସହ ଓଡ଼ିଶାକୁ ପ୍ରବେଶ କରିଛି ପଶ୍ଚିମବଙ୍ଗର ଆଳୁ ଟ୍ରକ।ପଶ୍ଚିମବଙ୍ଗ ସରକାରଙ୍କ ସହିତ ବ୍ୟବସାୟୀଙ୍କ ଆଲୋଚନା ସଫଳ ହେବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଅଟକି ରହିଥିବା ଆଳୁ ଟ୍ରକ ଓଡ଼ିଶା ଆସିଛି। ଏହାସହ ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ନିକଟରେ ଥିବା ପଶ୍ଚିମବଙ୍ଗର ନାକା ପଏଣ୍ଟକୁ ବି ହଟାଇ ଦିଆଯାଇଛି। ଫଳରେ ଲକ୍ଷ୍ମଣନାଥ ଚେକପୋଷ୍ଟ ଦେଇ ଓଡିଶାକୁ ବହୁ ସଂଖ୍ୟାରେ ଆଳୁ ଗାଡ଼ି ପ୍ରବେଶ କରିଛି। ଗତକାଲି ପଶ୍ଚିମବଙ୍ଗ ସରକାର ଓ ଆଳୁ ବ୍ୟବସାୟୀଙ୍କ ସହିତ ବୈଠକ ବସିଥିଲା। ଏହାପରେ ଓଡ଼ିଶାକୁ ପ୍ରବେଶ କରିଛି ପଶ୍ଚିମବଙ୍ଗର ଆଳୁ ଟ୍ରକ। ଏବେ ସ୍ଥିତି ସ୍ବାଭାବିକ ହେବା ଆଶା କରାଯାଉଛି। ଆଳୁ ଦର ମଧ୍ୟ କମିବ ବୋଲି ଗ୍ରାହକ ଆଶା ରଖିଛନ୍ତି।

Leave A Reply

Your email address will not be published.