ଗଞ୍ଜାମ ମଦ ମୃତ୍ୟୁ ଘଟଣାର ହେବ ଆରଡିସି ତଦନ୍ତ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର:ଗଞ୍ଜାମ ମଦ ମୃତ୍ୟୁ ଘଟଣାରେ RDC ତଦନ୍ତ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏ ନେଇ ଖୁବ ଶୀଘ୍ର ନିର୍ଦ୍ଦେଶ ଦେବେ ବୋଲି ସେ କହିଛନ୍ତି। ରାଜ୍ଯ ସାରା ରେଡ ଆରମ୍ଭ ହୋଇଛି। ୨୧୭ ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି। ୧୧୭ ଜଣଙ୍କୁ ବର୍ତ୍ତମାନ୍ ସୁଦ୍ଧା ଗିରଫ କରାଯାଇଛି। ବେଆଇନ ଭାଟି କୁ ବୁଲ ଡୋଜର ଲଗାଇ ଉଡ଼ାଇ ଦିଆଯିବା ନେଇ ପଦକ୍ଷେପ ଆରମ୍ବ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ଖୁବ୍ ଶୀଘ୍ର RDC ସ୍ତରୀୟ ତଦନ୍ତ ଘୋଷଣା କରାଯିବ।୨ ମାସ ଭିତରେ ରିପୋର୍ଟ୍ ଦେବା ପରେ ରିପୋର୍ଟ୍ ଆଧାରରେ କାର୍ଯାନୁଷ୍ଠାନ ନିଆଯିବ। ବର୍ଷେ ଭିତରେ ବେଆଇନ ମଦ ନେଟୱର୍କ ଭାଙ୍ଗିବ ଅବକାରୀ ମନ୍ତ୍ରୀ କହିଛନ୍ତି।
ବେଆଇନ ମଦ କାରବାର କେବେ ଗ୍ରହଣୀୟ ନୁହେଁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି
ଅନ୍ୟପଟେ ଗତକାଲି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ ହଟିଥିବାବେଳେ ବେଳେ ଗୁରୁବାର ୨ ଅଧିକାରୀଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି ହୋଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି କୋରାପୁଟକୁ ବଦଳି ହୋଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି।