thelifelinemedia
Latest Odisha News, Breaking News Today

ମାସ୍କୋ ଉପରେ ୟୁକ୍ରେନର ବଡ ଡ୍ରୋନ୍ ଆକ୍ରମଣ: ଚରମ ସ୍ଥିତିରେ ରୁଷ ୟୁକ୍ରେନ ଯୁଦ୍ଧ

ବ୍ୟୁରୋ: ରୁଷ ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ। ତେଜିବାରେ ଲାଗିଛି ରୁଷ ୟୁକ୍ରେନ ଯୁଦ୍ଧ। ଆକ୍ରମଣ ଓ ପ୍ରତିଆକ୍ରମଣ ଭିତରେ ବଡ ଖବର ଆସିଛି। କ୍ରମାଗତ ଆକ୍ରମଣ ଯୋଗୁ ଉଭୟ ଦେଶ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏବେ ୟୁକ୍ରେନ ଆକ୍ରମଣକୁ ଜୋରଦାର କରିଛି। ରୁଷିଆର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ତେବେ ରୁଷିଆର ସେନା ସାହସର ସହିତ ଏହାର ମୁକାବିଲା କରି ଡ୍ରୋନ୍‌କୁ ଗୁଳି କରି ଖସାଇ ‌ଦେଇଛନ୍ତି। ଲମ୍ବା ସମୟ ଧରି

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଥିରେ ଉଭୟ ଦେଶର ହଜାର ହଜାର ସୈନିକ ପ୍ରାଣ ହରାଇଛନ୍ତି । ଏହି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ପ୍ରାୟ ବହୁତ ଦେଶ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ କେହି ସଫଳ ହେଇପାରିନଥିଲେ । ଯୁଦ୍ଧ ଜାରିହେତୁ ଉଭୟ ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି । ଏବେ ଗତ କିଛି ଦିନ ଧରି ୟୁକ୍ରେନ ଅଧିକ ମାତ୍ରାରେ ଆକ୍ରମଣ ଶୀଳ ହୋଇପଡିଛି। ରୁଷ ଭିତରେ ପଶି ୟୁକ୍ରେନ ଏବେ ଆକ୍ରମଣ କରୁଛି ଯାହା ପୁଟିନଙ୍କ ଚିନ୍ତା ବଢ଼ାଇ ଦେଇଛି।

Leave A Reply

Your email address will not be published.