ମମତାଙ୍କ ପରେ ବିଜେପି ନେତା ଜଗନ୍ନାଥ ଭରିଲେ ନାମାଙ୍କନ, ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ବିଜେପି ଦୁଇଫାଳ

ଭୁବନେଶ୍ୱର:ମମତା ମହାନ୍ତ ପରେ ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନେଇ ପ୍ରାର୍ଥୀପତ୍ର ଦାଖଲ ପରେ ତେଜିଛି ରାଜନୀତି। କୁହାଯାଉଛି
ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ ହୋଇଯାଇଛି।
ରାଜ୍ୟସଭା ଉପନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ବିଜେପିରେ ଦୁଇ ପ୍ରାର୍ଥୀ । ଦଳୀୟ ପ୍ରାର୍ଥୀ ହିସାବରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ଯ ପ୍ରାର୍ଥିପତ୍ର ଦାଖଲ କରିବା ଦଳରରେ ଗୋଷ୍ଠୀ ବିବାଦ ଓ ଅନ୍ତକନ୍ଦଳ ରହିଥିବା ସନ୍ଦେହ କରାଯାଉଛି।ନାମାଙ୍କନର ଶେଷ ମୁହୂର୍ତ୍ତରେ ପ୍ରାର୍ଥିପତ୍ର ଭରିଛନ୍ତି ଜଗନ୍ନାଥ । ଜଗନ୍ନାଥଙ୍କ ପ୍ରାର୍ଥିତ୍ବ ପାଇଁ ବିଜେପିର ୧୦ ବିଧାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଛନ୍ତି । ବିଜେପିରୁ ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଏବେ ରାଜ୍ୟସଭା ଉପନିର୍ବାଚନ ଉପରେ ସମସ୍ତଙ୍କର ଆଖି। ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ ଥିଲେ ଜଗନ୍ନାଥ | ତେବେ ସେ ଚଳିତ ନିର୍ବାଚନରେ ହାରିଯାଇଥିଲେ।ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ଭରିବାର ଘଣ୍ଟାକ ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ଭରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।