ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ମମତା: ମୁଖମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର:ରାଜ୍ୟସଭା ସଦସ୍ୟ ପାଇଁ ନାମାଙ୍କନ ଭରିଲେ ମମତା ମହାନ୍ତ।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ବିଧାନ ସଭାରେ ରାଜ୍ୟ ସଭା ସଦସ୍ୟ ପଦବୀ ପାଇଁ ଶ୍ରୀମତୀ ମମତା ମହନ୍ତ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ବିଧାନସଭାରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନୋମିନେସନ ଫାଇଲ କରିଛନ୍ତି । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ ବିଜେପି ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ । କିନ୍ତୁ ଯଦି ଆବଶ୍ୟକତା ପଡେ ତା ହେଲେ ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ବିଜେପିର ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ହୁଏତ ଉପ ନିର୍ବାଚନ ନ ହୋଇପାରେ।
୨୦୨୦ ମସିହାରେ ବିଜେଡି ତରଫରୁ ରାଜ୍ୟସଭା ଯାଇଥିଲେ
ମମତା ମହାନ୍ତ। ତାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଏବଂ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ସେ ଅସନ୍ତୋଷ ପ୍ରକଶ କରିଥିଲେ। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ମମତା ଅଭିଯୋଗ କରିଥିଲେ। ଏହାର ଗୋଟିଏ ଦିନ ପରେ ସେ ଭାଜପାରେ ଯୋଗ ଦେଇଥିଲେ।ବିଜେପି ତାଙ୍କୁ ରାଜ୍ୟସଭା ଯିବା ପାଇଁ ପ୍ରାର୍ଥୀ କରିଛି। ଏବେ ସେ ନାମାଙ୍କନ ଭରିଛନ୍ତି।