thelifelinemedia
Latest Odisha News, Breaking News Today

ଭାରତ ବନ୍ଦ: ଓଡିଶାରେ ବଡ଼ ପ୍ରଭାବ, ଗଡ଼ୁନି ବସ ଓ ଅଟକିଲା ଟ୍ରେନ

ବ୍ୟୁରୋ:ଉପବର୍ଗୀକରଣ ଓ ସ୍ବଚ୍ଛଳ ବର୍ଗ ନୀତି ଲାଗୁ କରାନଯିବା ପ୍ରତିବାଦରେ ଆଜି ଭାରତ ବନ୍ଦ ଡକରା ଦେଇଛି ଅନୁସୂଚିତ ଜାତି(ଏସ୍‌ସି), ଜନଜାତି (ଏସ୍‌ଟି) ଓ କ୍ରିୟାନୁଷ୍ଠାନ କମିଟି।ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସଂରକ୍ଷଣ ବଚାଓ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ତଥା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜଧାନୀ ସମେତ ସମସ୍ତ ଜିଲା ସଦର ମହକୁମାରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରାଯାଉଛି।ବିଭିନ୍ନ ରାଜନୈତିକ ଦଳ, ସମସ୍ତ ଏସ୍‌ସି-ଏସ୍‌ଟି ସଂଗଠନ, ମାନବ ଅଧିକାର ସଂଗଠନ, ଗଣ ସଂଗଠନ, ଶ୍ରମିକ ସଂଗଠନ ଭାରତ ବନ୍ଦ ଡକରାରେ ସାମିଲ ହୋଇଛନ୍ତି।ଓଡ଼ିଶାରେ ଭାରତ ବନ୍ଦର ପ୍ରଭାବ। ଭୁବନେଶ୍ୱର, ସମ୍ବଲପୁରରେ ରେଳରୋକ। ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ଠପ୍। ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସଂରକ୍ଷଣ ବଚାଓ କମିଟି ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ନିକଟରେ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗୀକରଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ। ଯାହାକୁ ନେଇ ଆଜି ଭାରତ ବନ୍ଦ ଡାକରା ଦିଆ ଯାଇଛି।

Leave A Reply

Your email address will not be published.