thelifelinemedia
Latest Odisha News, Breaking News Today

ବିକ୍ରି ହେବ ଏମଭି ଦେବୀ ଜାହାଜ : ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ:ପାରାଦ୍ୱୀପ ବନ୍ଦରରେ ଗିରଫ ହୋଇ ରହିଥିବା ଏମଭି ଦେବୀ ଜାହାଜକୁ ବିକ୍ରୀ କରିଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ପାରାଦ୍ୱୀପ ଇଣ୍ଟରନାସନାଲ କାରଗୋ ପ୍ରାଇଭେଟ ଲିମିଟେଡ଼କୁ ବ୍ୟବହାର କରି ସେ ବାବଦ ୭କୋଟି ୯୫ ଲକ୍ଷ ଟଙ୍କାର ଭଡା ଅର୍ଥ ପଇଠ ନକରିବାରୁ ଏହି ଜାହାଜକୁ ବିକ୍ରି ପାଇଁ ହାଇକୋର୍ଟ ବିଚାରପତି ଜଷ୍ଟିସ ଭି ନରସିଂହ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଡିସେମ୍ବର ମାସରେ ଏହି ଜାହାଜରୁ ୨୦୦ କୋଟି ଟଙ୍କାର କୋକେନ୍ ଜବତ ହୋଇଥିଲା। ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଜାହାଜ ବିକ୍ରି ପାଇଁ ହାଇକୋର୍ଟଙ୍କ ଜୁଡିସିଆଲ ରେଜିଷ୍ତ୍ରାରଙ୍କୁ କୋର୍ଟ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଜାହାଜ ବିକ୍ରି ଲବ୍ଧ ଅର୍ଥରୁ ବନ୍ଦର ଭଡା ବାବଦକୁ ଥିବା ୮ କୋଟି ଟଙ୍କା ପ୍ରଦାନ କରାଯିବ। ଇଜିପ୍ଟରୁ ବାହାରିଥିବା ଏମଭି ଦେବୀ ଜାହାଜ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଦେଇ ପାରାଦୀପରେ ପହଞ୍ଚିଥିଲା। ଏଠାରୁ ଡେନମାର୍କ ଅଭିମୁଖେ ଯିବାର ଥିଲା। ପାରାଦୀପରେ ଥିବା ବେଳେ ଗତ ଡିସେମ୍ବର ୧ ତାରିଖରେ ଏମଭି ଦେବୀରୁ ୨୨ କେଜି କୋକେନ୍ ଜବତ ହୋଇଥିଲା। ସେହିଦିନଠାରୁ ପାରାଦୀପ ବନ୍ଦରରେ ଏହି ଜାହାଜ ଅଟକି ରହିଛି। ଗତ ଫେବୃଆରୀ ୨୩ ତାରିଖରେ ଏ ସଂକ୍ରାନ୍ତୀୟ ଆବେଦନର ଶୁଣାଣି କରି ଏମଭି ଦେବୀ ଜାହାଜକୁ ଗିରଫ କରିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.