thelifelinemedia
Latest Odisha News, Breaking News Today

ଫେବୃଆରୀ ୧୫ରେ ଯୁକ୍ତ ୨ ପରୀକ୍ଷା:ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର:ଆସନ୍ତା ୨୦୨୫ ଫେବୃଆରୀ ୧୫ ରୁ ଅନୁଷ୍ଠିତ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା । ଫେବୃଆରୀ ୧୫ ରୁ ଆରମ୍ଭ ହୋଇ ଏହି ପରୀକ୍ଷା ମାର୍ଚ୍ଚ ୨୫ ଯାଏଁ ଚାଲିବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୨୬,୨୦୨୪ ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ପରୀକ୍ଷା ଯାହାକି ଜାନୁଆରୀ ୧୫ ,୨୦୨୫ ସୁଦ୍ଧା ସରିବ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଅନୁସାରେ ୨୦୨୫ ବାର୍ଷିକ ଯୁକ୍ତ ୨ ପରୀକ୍ଷା ନୂଆ ଢାଞ୍ଚା ରେ ହେବ। କଳା ବିଜ୍ଞାନ, ବାଣିଜ୍ଯ ଓ ଧନ୍ଦାମୂଳକ ପାଠ୍ୟକ୍ରମ ର ଛାତ୍ରଛାତ୍ରୀମାନଙ୍କର ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି। ୨୦୨୩ରେ ନାମଲେଖାଇ ଥିବା ଛାତ୍ରଛାତ୍ରୀ ଯେଉଁମାନେ ୨୦୨୫ ରେ ପରୀକ୍ଷା ଦେବେ ସେମାନେ ୮୦ + ୨୦ ଅନୁପାତରେ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ଦେବେ।

ନୂଆ ପଶ୍ନପତ୍ର କିଭଳି ରହିବ ଏବଂ ମାର୍କ କିପରି ଦିଆଯିବ ସେ ନେଇ ମଙ୍ଗଳବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାକ୍ଟିକାଲ ବିଷୟଗୁଡ଼ିରେ ପରୀକ୍ଷାର୍ଥୀଙ୍କୁ ୭୦ମାର୍କର ଥିଓରୀ ଏବଂ ୩୦ ମାର୍କର ପ୍ରାକ୍ଟିକାଲ ଦେବାକୁ ହେବ। ପ୍ରୋଜେକ୍ଟ ଥିବା ବିଷୟରେ ୮୦ ମାର୍କ ଥିଓରୀ ଏବଂ ୨୦ ମାର୍କର ପ୍ରୋଜେକ୍ଟ ଦେବେ।ତେବେ ଇଣ୍ଟିଗ୍ରେଟେଡ ଧନ୍ଦାମୂଳକ ବିଷୟରେ ୫୦ମାର୍କର ଥିଓରୀ ଓ ୫୦ମାର୍କର ପ୍ରାକ୍ଟିକାଲ ଏବଂ ଭୋକେସନାଲ ଟ୍ରେଡ୍‌‌ ବିଷୟରେ ୪୦ ମାର୍କର ଥିଓରୀ ଓ ୬୦ମାର୍କର ପ୍ରକ୍ଟିକାଲ ଦେବାକୁ ପଡ଼ିବ।

Leave A Reply

Your email address will not be published.