ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ, ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ୱର:ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି । ଦଳ ମମତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ନେଇ ବିଦ୍ଧି ବଦ୍ଧ ଘୋଷଣା କରିଛି। ନୂଆଦିଲ୍ଲୀସ୍ଥିତ ଦଳ ମୁଖ୍ୟାଳୟରେ ସାଧାରଣ ସମ୍ପାଦକ ଅରୁଣ ସିଂହ, ପ୍ରଭାରୀ ବିଜୟପାଲ ସିଂହ ତୋମାର ପ୍ରମୁଖଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ। କୁଡୁମୀ ସମାଜର ଜଣେ ବରିଷ୍ଠ ନେତ୍ରୀ ହେଉଛନ୍ତି ମମତା ମହାନ୍ତ। କିଛି ଦିନ ତଳେ ସେ ବିଜେପିରେ ସାମିଲ ହୋଇଥିଲେ । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ତାରିଖ। ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ମମତା ! ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ରହିଛି । ଗତ ମାସ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ ।କେନ୍ଦ୍ର ଓ ରାଜ୍ୟମଣ୍ଡଳୀକୁ ଧନ୍ୟବାଦ ଦେଇଛନ୍ତି ମମତା। ବିଜେଡିର ଥିବାବେଳେ ସେବା କରିବାର ସୁଯୋଗ ନଥିଲା ବୋଲି କହିଛନ୍ତି ମମତା
ଗତ ଜୁଲାଇ ୩୧ ତାରିଖରେ ବିଜେଡି ଏବଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ । ଯାହାକୁ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ ମମତା । ଯେଉଁଥିରେ ମମତା ଲେଖିଥିଲେ,ବିଜେଡିରେ ସେ ଅଲୋଡା ହୋଇପଡିଥିଲେ । ଦଳରେ ତାଙ୍କର ଆବଶ୍ୟକତା ସେ ଅନୁଭବ ନକରିବାରୁ ସେ ଦଳ ତ୍ୟାଗ କରୁଥିବା କହିଥିଲେ। ବିଜେଡି ଛାଡିବାର ଗୋଟିଏ ଦିନ ପରେ ବିଜେପିରେ ସାମିଲ ହୋଇଥିଲେ ମମତା।