thelifelinemedia
Latest Odisha News, Breaking News Today

ଭିଜିଲାନ୍ସ ଜାଲରେ ସିଟି ଜିଏସଟି ଆସିଷ୍ଟାଣ୍ଡ କମିଶନର

ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ ସିଟି ଜିଏସଟି ଆସିଷ୍ଟାଣ୍ଡ କମିଶନର। ଲାଞ୍ଚ ନେବା ତାଙ୍କ ପାଇଁ ମହଙ୍ଗା ପଡ଼ିଲା। ସିଟି ଆଣ୍ଡ ଜିଏସଟି ଆସିଷ୍ଟାଣ୍ଡ କମିଶନର ବିନୟ ଭୂଷଣ ତ୍ରିପାଠୀ ଏବେ ଭିଜିଲାନ୍ସ ଜାଲରେ। ଏକ ସ୍କ୍ରପ ଗାଡିକୁ ଅଟକାଇ ୩ ଲକ୍ଷ ୨୦ ହଜାର ଟଙ୍କାର ଟିକସ ଜମା ଦେବାକୁ କହିଥିଲେ। ପରେ ପରେ ୨ ଲକ୍ଷ ୫୦ ହଜାର ଲାଞ୍ଚ ଦେଲେ ଗାଡି ଛାଡି ଦେବେ ବୋଲି କହିଥିଲେ। କିନ୍ତୁ ଲାଞ୍ଚ ଟଙ୍କା ନ ମିଳିବାରୁ ଅନ୍ୟ ଜଣେ ସ୍କ୍ରପ ବ୍ୟବସାୟୀକୁ ଡାକି ୨୨ ହଜାର ୨୪୦ କିଲୋଗ୍ରାମ ସ୍କ୍ରପକୁ ୮ ଲକ୍ଷ ୮୯ ହଜାର ୬ ଶହ ଟଙ୍କାରେ ବିକ୍ରୀ କରି ଦେଇଥିଲେ। ବିଭାଗରେ ଟିକସ ଜମା କରିବା ପରେ ବଳକା ୫ ଲକ୍ଷ ୮୫ ହଜାର ୩୫୬ ଟଙ୍କା ନିଜେ ନେଇ ଯାଇଥିଲେ ବିନୟ ଭୂଷଣ ତ୍ରିପାଠୀ। ସେ ପୂର୍ବରୁ ମଧ୍ୟ ଏହିଭଳି କରିଥିବାର ଅଭିଯୋଗ ରହିଛି। ଅନେକ ସମୟରେ ମାଲ ଗାଡିକୁ ଅଟକାଇ ସିଟି ଜିଏସଟି ଟିକସ ଦେବାକୁ ମାଲିକକୁ ଡକାଇ ପରେ ଲାଞ୍ଚ ନେଇ ସେହି ଗାଡିକୁ ଛାଡି ଦେଉଥିଲେ ବୋଲି ଅଭିଯୋଗ ରହିଛି। ଏ ସମ୍ପର୍କରେ ସବିଶେଷ ପ୍ରମାଣ ଯୋଗାଡ଼ କରିବା ପାଇଁ ଭିଜିଲାନ୍ସ ତାଙ୍କର ପାଞ୍ଚଟି ସ୍ଥାନରେ ଚଢ଼ାଉ ଜାରି ରଖିଛି।

ବିଗତ କିଛି ଦିନଧରି ଭିଜିଲାନ୍ସ ବିଭାଗ ସକ୍ରିୟ ହୋଇ ଉଠିଛି।ରାଜ୍ୟ ସରକାରଙ୍କ ଶୂନ୍ୟ ସହନ ଶୀଳତା ନୀତି ଆଧାରରେ ଭିଜିଲାନ୍ସ ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ସ୍କାନରକୁ ଆଣୁଛି। ସବିଶେଷ ତଥ୍ୟ ମିଳିବା ପରେ ଭିଜିଲାନ୍ସ ଟିମ ଚଢ଼ାଉ କରୁଛି।

Leave A Reply

Your email address will not be published.