୧୦ ବର୍ଷ ପରେ ଜମ୍ମୁ_କାଶ୍ମୀର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ:୧୦ ବର୍ଷ ପରେ ଜମ୍ମୁ _କାଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ଦେଶରେ ପୁଣି ବାଜିଛି ନିର୍ବାଚନ ବିଗୁଲ । ଉଷ୍ଣ ହୋଇଛି ରାଜନୀତି । ଲୋକସଭା ନିର୍ବାଚନ ପରେ ପରେ ପୁଣି ତେଜିବ ରାଜନୈତିକ ଉଷ୍ମତା।ଜମ୍ମୁ ଓ କାଶ୍ମୀର ଏବଂ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ଜମ୍ମୁ ଓ କାଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ।
ଜମ୍ମୁ_କାଶ୍ମୀରରେ ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ଏବଂ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ୍ ଗଣତି ଏବଂ ନିର୍ବାଚନର ଫଳାଫଳ ଅକ୍ଟୋବର ୪ରେ ଆସିବ । ସେହିପରି ହରିୟାଣାରେ ୯୦ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ । ଅକ୍ଟୋବର ୧ରେ ସବୁ ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଅକ୍ଟୋବର ୪ରେ ଗଣନା ପରେ ନିର୍ବାଚନ ଫଳ ପ୍ରକାଶ ପାଇବ ।୧୦ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ପାଇଁ ୨୦୧୪ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା