thelifelinemedia
Latest Odisha News, Breaking News Today

‘ଦମନ’ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

ନୂଆଦିଲ୍ଲୀ:ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଦମନ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି। ନୂଆଦିଲ୍ଲୀରେ ୭୦ ତମ ନ୍ୟାସନାଲ ଫିଲ୍ମ୍ ଆୱାର୍ଡ ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଥିବା ସିନେମା ତାଲିକାରେ ଓଡିଆ ସିନେମା ଦମନ ସ୍ଥାନ ପାଇଛି । ବେଷ୍ଟ ଓଡିଆ ଫିଚର ଫିଲ୍ମ ଭାବେ ଦମନ ସିନେମାକୁ ମନୋନୀତ କରାଯାଇଛି। ମାଓବାଦୀ ଅଧିଷ୍ୟୁତ ଇଲାକାରେ ମ୍ୟାଲେରିଆ ବିରୁଦ୍ଧରେ ଜଣେ ଡାକ୍ତରଙ୍କ ଲଢ଼େଇର କାହାଣୀ ଥିଲା ଫିଲ୍ମ ଦମନ। ଫିଲ୍ମଟି ପରଦାକୁ ଆସିବା ପରେ ବହୁ ପ୍ରଶଂସା ପାଇଥିଲା। ଓଡ଼ିଆ ସିନେ ଜଗତରେ ମାଇଲଖୁଣ୍ଟ ତିଆରି କରିଥିଲା ଫିଲ୍ମ ଦମନ। ଓଡ଼ିଆ ସିନେମାକୁ ନୂଆ ଡିଶା ଦେଇଥିଲା।

ନିଚ୍ଛକ ସତ୍ୟ କାହାଣୀକୁ ବଡ ପରଦାରେ ଦର୍ଶାଇଥିଲେ କାହାଣୀର ଲେଖକ ଓ ନିର୍ଦ୍ଦେଶକ ବିଶାଲ ମୋର୍ଯ୍ୟା ଓ ଦେବୀ ପ୍ରସାଦ ଲେଙ୍କା । ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଥିଲା ଏହି ଫିଲ୍ମରେ। ସିନେମା ଦମନରେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ପୋଷ୍ଟିଙ୍ଗ ପାଇବା ପରେ ସିଦ୍ଧାର୍ଥ ଲୋକଙ୍କ ଅବସ୍ଥା ଦେଖି ହତଚକିତ ହୋଇପଡନ୍ତି। ଲୋକଙ୍କ ଅସୁବିଧା ଏବଂ ଜୀବନଶୈଳୀ ଦେଖି ତାଯୁବ ହୋଇପଡନ୍ତି। ଶେଷରେ ମ୍ୟାଲେରିଆ ବିରୁଦ୍ଧରେ ଲଢେଇ ଆରମ୍ଭ କରନ୍ତି ସିଦ୍ଧାର୍ଥ। ବାସ ବାସ୍ତବ ଦୁନିଆର ଏ କାହାଣୀ ଫିଲ୍ମ ଦୁନିଆରେ ପ୍ରଚୁର ପ୍ରଂଶସା ପାଏ। ଏବେ ଫିଲ୍ମକୁ ସାମ୍ମନ ସହିତ ସ୍ୱୀକୃତି ମିଳିବାକୁ ଯାଉଥିବାରୁ ଫିଲ୍ମ ସହିତ ଜଡିତ ପ୍ରତିଟି କଳାକାର ଖୁସି ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.