thelifelinemedia
Latest Odisha News, Breaking News Today

କଂଗ୍ରେସକୁ ବାଏ ବାଏ କଲେ ବିଜୟ, କଂଗ୍ରେସରେ ନାହିଁ ପ୍ରେଷ୍ଟିଜ

ଭୁବନେଶ୍ୱର: କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ।ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୨୦୨୪ ନିର୍ବାଚନରେ ପାରଳାଖେମୁଣ୍ଡିରେ କଂଗ୍ରେସ ଟିକେଟରୁ ପ୍ରତିଦ୍ଵନ୍ଦ୍ଵିତା କରିଥିବା ବିଜୟ ପଟ୍ଟନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି ନିକଟକୁ ମେଲ୍‌ ଯୋଗେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଦଳରେ ଉପେକ୍ଷିତ ହେବାକୁ ନେଇ ସେ ଇସ୍ତଫା ଦେଇଥିବା କୁହାଯାଉଛି। କ୍ଷୋଭର ସହିତ କହିଛନ୍ତି ଦଳରେ କିଛି ଠିକଠାକ ଚାଲିନି। କଂଗ୍ରେସ ଶିବିର ତାଙ୍କୁ ଅଣ ନିଶ୍ୱାସୀ କରିଦେଉଛି। ଦଳ ତାଙ୍କୁ ଗୁରୁତ୍ବ ଦେଉନି। କଂଗ୍ରେସରେ ମୋର କୌଣସି ସ୍ଥାନ ନାହିଁ, କି ପ୍ରେଷ୍ଟିଜ ନାହିଁ। ଯେଉଁଠାରେ ମୋର କୌଣସି ଆବଶ୍ୟକତା ନାହିଁ, ସେଠାରେ ରହିବାକୁ ମୁଁ ଉଚିତ ମନେ କରେ ନାହିଁ। ବହୁତ ଭାବି ଚିନ୍ତି କଂଗ୍ରେସ ଛାଡ଼ିବାକୁ ମୁଁ ନିଷ୍ପତ୍ତି ନେଇଛି।”ବିଜୟ ଆହୁରି କହିଛନ୍ତି ଆଗକୁ ସେ କୌଣସି ଦଳରେ ସାମିଲ ହେବେ ନାହିଁ। ଲୋକଙ୍କର କିନ୍ତୁ ସେବା କରିବା କାମ ଜାରି ରହିବ। ପୂର୍ବପରି ଲୋକଙ୍କ ପାଖକୁ ସିଧାସଳଖ ଯାଇ ସେବା କରିବି ବୋଲି ବିଜୟ କହିଛନ୍ତି।

୨୦୨୪ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡିରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ବିଜୟ ପଟ୍ଟନାୟକ। ନିର୍ବାଚନ ସମୟରେ ତାଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। ପରେ ପୁଣି ତାଙ୍କୁ ପଦରୁ କାଢ଼ି ଦିଆଯାଇଥିଲା।

Leave A Reply

Your email address will not be published.