ଓଡିଶା ପାଇଲା ନୂଆ ଡିଜିପି, ରାଜ୍ୟ ପୋଲିସ ମୁଖିଆ ହେଲେ ଖୁରାନିଆ

ବ୍ୟୁରୋ:୧୯୯୦ ବ୍ୟାଚର ଆଇପିଏସ୍ ଯୋଗେଶ ବାହାଦୁର ଖୁରାନିଆ ହେଲେ ଓଡିଶାର ନୁୂଆ ପୋଲିସ ମହାନିର୍ଦ୍ଦେଶକ ( ଡିଜିପି)। ରାଜ୍ୟ ପୋଲିସର ମୁଖିଆ ହୋଇଛନ୍ତି ଓଡିଶା କ୍ୟାଡର ଆଇପିଏସ ଅଫିସର ୱା ବି ଖୁରାନିଆ।୧୯୯୦ ବ୍ୟାଚର ଆଇପିଏସ୍ ହେଉଛନ୍ତି ଖୁରାନିଆ । ସେ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ଏବେ ରାଜ୍ୟ ପୋଲିସର ମହା ମହାନିର୍ଦ୍ଦେଶକ ଭାବେ ସେ ନିଯୁକ୍ତି ପାଇଛନ୍ତି।
ଦକ୍ଷତା, ଅଭିଜ୍ଞତା ଓ ଅନୁଭବ ଦୃଷ୍ଟିରୁ ଖୁରାନିଆଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି। ପୁର୍ବରୁ ଖୁରାନିଆ ନୟାଗଡ଼, ଗଞ୍ଜାମ, ମୟୁରଭଞ୍ଜ, ଭଳି ଜିଲ୍ଲା ରାଉଲକେଲା ଭଳି ସହରରେ ଏସପି ଭାବେ କାର୍ଯ ତୁଲାଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଡିଆଇଜି ପଦୋନ୍ନତି ପରେ ଦକ୍ଷିଣାଞ୍ଚଳ ଡିଆଇଜି ବ୍ରହ୍ମପୁରରେ, ଉତ୍ତରାଞ୍ଚଳ ଡିଆଇଜି ସମ୍ବଲପୁରରେ ପରେ ଭୁବନେଶ୍ବର ରେଞ୍ଜ ଓ କମିସନରେଟ ପୋଲିସରେ ଅତିରକ୍ତ କମିସନର ଭାବେ ଦାୟିତ୍ବ ତୁଲାଇଥିଲେ । ପୂର୍ବରୁ ଖୁରାନିଆ ପୋଲିସ ଡିଜି ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଡିଜି ରେସରେ ସବୁଠାରୁ ଆଗରେ ଥିଲେ ଯୋଗେଶ ବହାଦୁର ଖୁରାନିଆ।