thelifelinemedia
Latest Odisha News, Breaking News Today

ଓଡିଶା ଫେରିଲେ ଅମିତ ରୋହିଦାସ, ଅଲିମ୍ପିକ୍ସ ମେଡ଼ାଲିଷ୍ଟଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର:ଓଡିଶା ଫେରିଛନ୍ତି ହକୀ ତାରକା ଅମିତ ରୋହିଦାସ।ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ଭାରତୀୟ ହକି ଦଳର କ୍ରୀଡ଼ାବିତ୍‌ ଅମିତ ରୋହିଦାସ ଓଡିଶା ଫେରିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅମିତ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କ୍ରୀଡା ବିଭାଗ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା।ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବେ ଅମିତ ରୋହିଦାସ।ରାଜ୍ୟସରକାରଙ୍କ ତରଫରୁ ମଧ୍ୟ୍ୟ ଅମିତଙ୍କୁ ୪ କୋଟି ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା ହୋଇଛି। କେବଳ ସେତିକି ନୁହେଁ, ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ରାଜ୍ୟ ସରକାର।ଏହାପୂର୍ବରୁ ଟୋକିଓ ଆଲୋମ୍ପିକରେ ମଧ୍ୟ୍ୟ ବ୍ରୋଞ୍ଜ ମେଡାଲ ଜିତିଥିଲେ ଅମିତ।ଭୁବନେଶ୍ୱରରେ ପହଂଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅମିତ କହିଛନ୍ତି ହକିକୁ ରାଜ୍ୟ ସରକାର ସ୍ପନ୍ସର କରୁଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛୁ।ଏହା ଫଳରେ ରାଜ୍ୟରେ ନୂତନ ଖେଳାଳି ହକି ଖେଳିବା ପାଇଁ ଉତ୍ସାହିତ ହେବେ।

Leave A Reply

Your email address will not be published.